Latest Odisha News

ପନ୍ତଙ୍କ ଅର୍ଦ୍ଧଶତକ, ରାଜସ୍ଥାନ ସମ୍ମୁଖରେ ୧୪୮ ରନର ଟାର୍ଗେଟ

ମୁମ୍ବାଇ: ଏଠାରେ ଚାଲିଥିବା ଆଇପିଏଲ ମ୍ୟାଚରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ୧୪୮ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ଦିଲ୍ଲୀ ୩୭ ରନରେ ୪ଟି ଉଇକେଟ ହରାଇ ବିପଦରେ ପଡିଥିଲା । ଏହା ପରେ ଅଧିନାୟକ ରିଷଭ ପନ୍ତ ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳର ସ୍ଥିତି ସୁଧାରିଥିଲେ । ସେ ୫୧ ରନ କରି ଆଉଟ ହେବା ପରେ ଅନ୍ୟମାନେ ବଡ ସ୍କୋର କରିପାରି ନ ଥିଲେ । ଟମ କୁରାନ ୨୧ ଓ ଲଲିତ ଯାଦବ ୨୦ ରନର ଇନିଂସ ଖେଳିଥିଲେ ।

ଦିଲ୍ଲୀ ୨୦ ଓଭରରେ ୮ ଉଇକେଟ ହରାଇ ୧୪୭ ରନ କରିବାକୁ ସକ୍ଷମ ହୋଇଥିଲା । ରାଜସ୍ଥାନ ପକ୍ଷରୁ ଜୟଦେବ ଉନାଡକଟ ୩ଟି ଏବଂ ମୁସ୍ତାଫିଜଉର ରହେମାନ ୨ଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ହାସଲ କରିଥିଲେ ।

Leave A Reply

Your email address will not be published.