Latest Odisha News

ସତ ପ୍ରେମର ପ୍ରମାଣ ଦେବାକୁ ଯାଇ ପୂର୍ବତନ ପ୍ରେମିକକୁ ଏସିଡ୍ ମାଡ଼

କୋଟା: ସତ ପ୍ରେମର ପ୍ରମାଣ ଦେବାକୁ ଯାଇ ପୂର୍ବତନ ପ୍ରେମିକ ଉପରକୁ ଏସିଡ୍ ଫିଙ୍ଗିଲେ ମହିଳା। ରାଜସ୍ଥାନର ପ୍ରତାପଗଡରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ନାର୍କୋଟିକ୍ସ ବିଭାଗର ସବ୍ ଇନ୍ସପେକ୍ଟରଙ୍କ ଉପରେ ଏସିଡ୍ ଫୋପାଡି ଆକ୍ରମଣ କରିଛନ୍ତି।

ଏହି ମାମଲାରେ ପୋଲିସ ଜଣେ ଯୁବତୀ ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି। ଏହି ଘଟଣାରେ ବ୍ୟବହୃତ ଜିନିଷ, ଏସିଡ୍ ବୋତଲ ଏବଂ ବାଇକ୍ ସହ ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ସେମାନଙ୍କୁ ପଚରାଉଚରା ଜାରି କରିଛି।

ସୂଚନାନୁସାରେ, ଦୁଇ ଦିନ ପୂର୍ବେ ଗୁରୁବାର ଦିନ ଜଣେ ଯୁବତୀ ନାର୍କୋଟିକ୍ସ ବିଭାଗର ସବ୍ ଇନ୍ସପେକ୍ଟର ହର୍ଷବର୍ଦ୍ଧନ ସିଂଙ୍କ ଉପରେ ଏସିଡ୍ ଫିଙ୍ଗିଥିଲେ। ଯାହା ପରେ ସବ୍ ଇନ୍ସପେକ୍ଟରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାରେ ପୋଲିସ ୨୨ ବର୍ଷିୟ ଖୁସି ରାଓ ଏବଂ ତାଙ୍କ ପ୍ରେମିକ ପ୍ରିୟନସୁ ରାଠୋରଙ୍କୁ ଗିରଫ କରି ପଚରାଉଚରା କରୁଛି।

Comments are closed.