Latest Odisha News

BREAKING NEWS

କୋହଲି ନୁହେଁ ଏହି ଖେଳାଳି ହେଲେ ଆରସିବିର ଅଧିନାୟକ

ବେଙ୍ଗାଲୁର: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ଅଧିନାୟକ ଘୋଷଣା କରିଛି । ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ବଦଳରେ ଆରସିବି ଏଥର ଏହି ଗୁରୁ ଦାୟିତ୍ୱ ରଜତ ପାଟୀଦାରଙ୍କୁ ପ୍ରଦାନ କରିଛି । ପାଟୀଦାର ସୟେନ ମୁସ୍ତାକ ଅଲୀ ଟ୍ରଫି ଓ ବିଜୟ ହଜାରେ ଟ୍ରଫିରେ ମଧ୍ୟପ୍ରଦେଶ ଦଳର ନେତୃତ୍ୱ ସୁଚାରୁରୂପେ ତୁଲାଇଛନ୍ତି । ପାଟୀଦାରଙ୍କୁ ଆରସିବି ଏଥର ରଟେନ କରିଥିଲା । ୩୧ ବର୍ଷୀୟ ରଜତଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସୟେଦ ମୁସ୍ତାକ ଅଲି ଟ୍ରଫିର ଫାଇନାଲରେ ପ୍ରବେଶ କରିପାରିଥିଲା । ଦଳ ଟାଇଟଲ ମୁକାବିଲାରେ ମୁମ୍ବାଇଠାରୁ ପରାଜିତ ହୋଇଥିଲା । ପାଟିଦାର ଆରସିବିର ୮ମ ଅଧିନାୟକ ହୋଇଛନ୍ତି ।

ଗତ ସଂସ୍କରଣରେ ଆଇପିଏଲ ଭଲ ପ୍ରଦର୍ଶନ କରି ପ୍ଲେଅଫରେ ପ୍ରବେଶ କରିଥିଲା । ତେବେ ଏଲିମିନେଟରରେ ଦଳ ପରାଜିତ ହୋcଇଥିଲା । ଲକ୍ଷ୍ନୌ ସୁପର ଜ୍ୟାଂଟସ ବିପକ୍ଷ ମୁକାବିଲାରେ ସେ ୧୧୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ୧୫ ମ୍ୟାଚରୁ ୩୯୫ ରନ ସଂଗ୍ରହ କରିଥିଲେ । ଏଥିରେ ୫ ଅର୍ଦ୍ଧଶତକ ମାରିଥିଲେ ।

Comments are closed.