କଟକ: ବେଙ୍ଗାଲୁରରେ ଓଡିଆ ରାପରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା। କଟକ ଲାଲବାଗ ଥାନାରେ ଏତଲା ଦେଇଛନ୍ତି ରାପରଙ୍କ ବାପା। ବୋହୂ, ପୁଅର ଶାଶୁଙ୍କ ନାଁରେ ଅଭିଯୋଗ। ବେଙ୍ଗାଲୁରୁରେ ଓଡିଆ ରାପର ଅଭିନବ ସିଂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଅଭିନବ ସିଂ ବେଙ୍ଗାଲୁରରେ ସାଙ୍ଗମାନଙ୍କ ସହ ରହୁଥିଲେ।
ଇଞ୍ଜିନିୟରଂ ପଢିଥିବା ଅଭିନବ ସିଂ ରାପର ଭାବେ ବେଶ ଜଣାଶୁଣା ଥିଲେ। ସୋମବାର ରାତିରେ ସେ ବିଷପିଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଦୀର୍ଘଦିନ ହେଲା ପତ୍ନୀଙ୍କ ସହ ଅଭିନବଙ୍କର ପାରିବାରିକ କଳହ ଲାଗିରହିଥିଲା। ତେଣୁ ସେ ଚାପଗ୍ରସ୍ତରେ ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପତ୍ନୀଙ୍କ ନିର୍ଯାତନା ସହିନପାରି ଅଭିନବ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିନବଙ୍କ ମାଆ ଅଭିଯୋଗ ଆଣିଛନ୍ତି।
ସୂଚନା ଅନୁସାରେ ଆତ୍ମହତ୍ୟା ଦିନ (ସୋମବାର)ଅଭିନବଙ୍କ ମାଆ ଅଭିନବଙ୍କୁ ଫୋନ କରିଥିଲେ । ଫୋନ ନଉଠାଇବା କାରଣରୁ ସାଙ୍ଗଙ୍କ ସହ ଯୋଗାଯୋଗ କରିଥିଲେ । ସାଙ୍ଗମାନେ ପରେ ଅଭିନବ ନିଜ ରୁମରେ ଅସ୍ବାଭାବିକ ଭାବେ ପଡିଥିଲେ। ପାଖରୁ ବିଷ ବୋତଲ ଓ ସୁଇସାଇଡ ନୋଟକୁ ଜବତ କରିଛି ପୋଲିସ। ଅଭିନବ ବେଙ୍ଗାଲୁରୁରେ ରହୁଥିବାବେଳେ ତାଙ୍କ ସ୍ତ୍ରୀ ଭୁବନେଶ୍ବରରେ ରହୁଥିଲେ। ଦମ୍ପତ୍ୟ ଜୀବନରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବହୁତ ଦିନ ହେଲା କଳହ ଲାଗିରହିଥିଲେ। ଏହା ହିଁ ତାଙ୍କର ମୃତ୍ୟୁର କାରଣ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଅଭିନବଙ୍କ ମୃତଦେହକୁ କଟକ ଅଣାଯାଇ ଅନ୍ତିମ ସଂସ୍କାର କରାଯାଇଛି ।
Comments are closed.