ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଇବସ୍ ଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦୦ ଇ-ବସ୍ ଚାଲିବ । ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ । ଦେଢଲକ୍ଷ ସରକାରୀ ଚାକିରୀ ସୃଷ୍ଟି କରାଯିବ । ଆଜି ବଜେଟ ଅଧିବେଶନରେ ନିଜ ଅଭିଭାଷଣରେ କିଛି ଏପରି ସୂଚନା ରଖିଛନ୍ତି ରାଜ୍ୟପାଳ ହରିବାକୁ କମ୍ଭମପାଟି ।
ସେ କହିଛନ୍ତି, ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ । ଏଥିପାଇଁ ୨୦୨୫- ୨୭ ଆର୍ଥିକ ବର୍ଷରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ତାଲିମ ଦିଆଯିବ । ପ୍ରଧାନମନ୍ତ୍ରୀ ଇବସ୍ ଯୋଜନାରେ ବିଭିନ୍ନ ସହରରେ ୪୦୦ ଇବସ୍ ଚାଲୁହେବ । ଏଥିସହିତ ଆଗାମୀ ୪ ବର୍ଷରେ ଦେଢ ଲକ୍ଷ ସରକାରୀ ଚାକିରୀ ପୂରଣ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ । ୫ ବର୍ଷ ଭିତରେ ୧.୫ ଲକ୍ଷ ସରକାରୀ ଚାକିରୀ ପୂରଣ ହେବ । ପ୍ରଥମ ଦୁଇ ବର୍ଷରେ ୬୫ ହଜାର ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦ ହଜାର ନିଯୁକ୍ତି ଦିଆଯିବ । ୨୦୨୪-୨୫ ଆର୍ଥିକ ବର୍ଷରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରଛି । ଉତ୍କର୍ଷ ଓଡିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟିର ଏମଓୟୁ ହୋଇଛି ।
ଆହୁରି ମଧ୍ୟ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଆଣିଛନ୍ତି କ୍ରୀଡାବିତ । ପିଏମ୍ ଆବାସ ଯୋଜନାରେ ଘର ଯୋଗାଇବାକୁ ପ୍ରତିଶ୍ରୁତିବଦ୍ଧ । ୨୦୨୬ ସୁଦ୍ଧା ନଳ ଯୋଗେ ଜଳ ଯୋଗାଣ ସୁନିଶ୍ଚିତ କରାଯିବ । ୧୧୫ ସହରରେ ୨୪ ଘଣ୍ଟିଆ ଜଳ ଯୋଗାଣ କରାଯିବ ।
ଏଥିସହିତ ସେ ଏହା ବି କହିଛନ୍ତି, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ କାର୍ଯ୍ୟକାରୀ ହେବ । ସହରର ବିକାଶ ଦିଗରେ ଏହି ଯୋଜନା କାମ କରିବ । ସମସ୍ତ ଜିଲ୍ଲାରେ ମଧ୍ୟ ରେଳ ସଂଯୋଗୀକରଣକୁ ପ୍ରାଥମିକତା ଦିଆଯିବ । ହୀରାକୁଦ ଓ ସାତକୋଶିଆ ପ୍ରକଳ୍ପର ମଧ୍ୟ ବିକାଶ ହେବ । ୨୦୩୬ ସୁଦ୍ଧା ସବୃଦ୍ଧ ଓଡିଶାର ଲକ୍ଷ୍ୟ ହାସଲ ହେବ । ଓଡିଶାର ଭିଜନ ୧୦୩୬ ପାଇଁ ୩ ଲକ୍ଷରୁ ଉର୍ଦ୍ଧ୍ବ ପରାମର୍ଶ ଆସିଛି ।
Comments are closed.