ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି ।
ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ ନାହିଁ । ସ୍ଥାନୀୟ ଡାକ୍ତରଖାନାରେ ୨/୩ଥର ଚିକିତ୍ସା ପାଇଁ ଏହାର ଚିକିତ୍ସା ନାହିଁ ବୋଲି କହି ସେମାନେ ଫେରାଇ ଦେଉଛନ୍ତି ।
ଟ୍ରିମନ ସିଣ୍ଡ୍ରୋମ ନାମକ ଏହି ରୋଗ ଭାରତରେ ବହୁତ କମ ଦେଖାଯାଏ । ସେଥିପାଇଁ ଏହାର ଚିକତ୍ସା ପଦ୍ଧତି କିମ୍ବା ଔଷଧ ବାହାରି ପାରି ନାହିଁ । ଏହି ରୋଗରେ ରୋଗୀର ଜୀବନ ଯାଇ ନ ଥିଲେ ମଧ୍ୟ ଏକପ୍ରକାର ଅର୍କମଣ୍ୟ କରି ଦେଇଥାଏ ।
ରାଜେଶ୍ୱରୀ ସୁସ୍ଥ ହୋଇ ଅନ୍ୟ ପିଲାମାନଙ୍କ ସହ ଖେଳିବାକୁ, ବୁଲିବାକୁ ଚାହୁଁଛି । ପରିସ୍ଥିତି ଏପରି ହେଲାଣି ଯେ, ସାଙ୍ଗସାଥୀମାନେ ତା’ଠାରୁ ଦୂରେଇବାକୁ ଲାଗିଲେଣି ।
ବିଦେଶରେ ଏହି ରୋଗର ଚିକିତ୍ସା ନ ଥିଲେ ମଧ୍ୟ ଅଧିକବ୍ୟାପିବାରୁ ସାମୟିକ ଭାବେ ରୋକି ଦିଆଯାଇ ପାରୁଛି । ମାତ୍ର ଏଥିପାଇଁ ଯେଉଁ ଔଷଧ ବ୍ୟବହାର କରାଯାଏ ତାହାର ପାଶ୍ୱର୍୍ୟ ପ୍ରତିକ୍ରିୟା ଅଧିକ ।
ରାଜେଶ୍ୱରୀ ରୋଗ ଏବେ ବିଶ୍ୱର ବଡ ବଡ ଗଣମାଧ୍ୟମରେ ପ୍ରକାଶିତ ହୋଇ ସାରିଛି । ଆଶା କରାଯାଉଛି ଭଗବାନ କେଉଁବାଟେ ଏହାର ଭଲ ହେବାର ରାସ୍ତା ବାହାର କରିବେ ।
Comments are closed.