Latest Odisha News

BREAKING NEWS

ଆସନ୍ତୁ ଜାଣିବା ଶର ଶଯ୍ୟାରେ ଭୀଷ୍ମ ପିତାମହ କେଉଁ ଉପଦେଶ ଦେଇଥିଲେ

ମହାଭାରତର ମହାରଥୀ ଭୀଷ୍ମ ପିତାମହ ଶର ଶଯ୍ୟା ପଡିଥିବା ବେଳେ ଯୁଧୀଷ୍ଠିର ତାଙ୍କୁ ଧର୍ମ ବିଷୟରେ ଅନେକ ପ୍ରଶ୍ନ ପଚାରିଥିଲେ । ଆସନ୍ତୁ ଜାଣିବା ପିତାମହ କେଉଁ କେଉଁ ଉପଦେଶ ଦେଇଥିଲେ

୧.ପରିବର୍ତନ ସଂସାରର ନିୟମ, ଏହାକୁ ସ୍ୱୀକାର କଲେ ଜୀବନରେ ସୁଖ ଶାନ୍ତି ପାଇବ ।
୨.ଯେଉଁ ବ୍ୟକ୍ତି ମାତା ପିତାଙ୍କ ସେବା କରେ ତାଙ୍କୁ ଲୋକ ଓ ପରଲୋକରେ ମାନ-ସମ୍ମାନ ମିଳେ ।
୩.ଜଣେ ରାଜା ନିଜ ପୁତ୍ର ଏବଂ ପ୍ରଜା ମଧ୍ୟରେ ଭେଦଭାବ କରିବା ଅନୁଚିତ ।
୪.ଗୁରୁଙ୍କ ପ୍ରତି ମାନ-ସମ୍ମାନ ଓ ଶ୍ରଦ୍ଧା ଜଣେ ବ୍ୟକ୍ତିଙ୍କୁ ଶ୍ରେଷ୍ଠ କରିଥାଏ ।

୫.ଧର୍ମର ଅନେକ ଦ୍ୱାର ଥାଏ । ସନ୍ଥ ବ୍ୟକ୍ତି ଏହି ଦ୍ୱାର ଫିଟାଇବା ପାଇଁ ସର୍ବଦା ଚେଷ୍ଟା କରିଥାଏ ।
୬.ଅସୁବିଧା ସମୟରେ ଧୈର୍ଯ୍ୟ ଧରିବା ଉଚିତ । ସୁବିଧା ଓ ଅସୁବିଧା ଜୀବନଚକ୍ରର ନିୟମ ।
୭.ସତ୍ୟ ଏବଂ ଧର୍ମ ରାସ୍ତାରେ ଯାଉଥିଲେ ପିମ୍ପୁଡି ମଧ୍ୟ ହାତୀଠାରୁ ଶକ୍ତିଶାଳୀ ହୋଇଥାଏ ।


୮.ଯେତେ ବଳଶାଳୀ ହେଲେ ମଧ୍ୟ ସତ୍ୟ ଓ ଧର୍ମ ଆଗରେ ସମସ୍ତେ ନଇଁବେ ।୯. ଶାସନଭାର ଓ ସୁଖ ଭୋଗ କରିବା ପାଇଁ ଦିଆଯାଇ ନ ଥାଏ । ସମାଜ କଲ୍ୟାଣ ପାଇଁ ଏହାକୁ ବିନିଯୋଗ କରିବା ଉଚିତ ।
୧୦.ସମୟ ସବୁଠାରୁ ବଡ ବଳବାନ । ପ୍ରତ୍ୟେକ କ୍ଷଣରେ ପରିସ୍ଥିତି ବଦଳିବାର ସୁଯୋଗ ଥାଏ ।

Leave A Reply

Your email address will not be published.