Latest Odisha News

BREAKING NEWS

ସ୍ୱପ୍ନା ଚୌଧୁରୀଙ୍କ ପ୍ରଶ୍ନର ଉତ୍ତର ଶୁଣି ଖୁସି ହେଇଗଲା ଆପ୍‌!

ନୂଆଦିଲ୍ଲୀ: ଆଜି ସରିଲା ଦିଲ୍ଳୀ ନିର୍ବାଚନ ପ୍ରଚାର । ଅନ୍ତିମ ଦିନରେ ସମସ୍ତ ଦଳ ଜୋରଦାର ପ୍ରଚାର କରିଛନ୍ତି । ଆଜି ଏହି ପ୍ରଚାରରେ ସାମିଲ ହୋଇଥିଲେ ଭୋଜପୁରୀ ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ । ପ୍ରଚାର ମଇଦାନରେ ଅନ୍ତିମ ଦିନର ପ୍ରଚାର ହୋଇଥିବାରୁ ସ୍ୱପ୍ନା ମଧ୍ୟ ନିଜ ଶେଷ ସ୍ପର୍ଶ ଦେଉଥିଲେ । ହେଲେ ଫଳ କିନ୍ତୁ ସ୍ୱପ୍ନାଙ୍କ ଇଚ୍ଛା ବିରୋଧରେ ଯାଇଛି । ଯାହାକି ଫେବୃଆରୀ ୮ରେ ନିର୍ବାଚନ ଭୋଟ ପଡିବା ପୂର୍ବରୁ ବିଜେପି ପାଇଁ ସତର୍କ ଘଂଟି ସାଜିଥିବା ବେଳେ କେଜ୍ରିୱାଲଙ୍କ ପାଇଁ ପୁଣି ଆଣିଦେଇଛି ଦିଲ୍ଲୀ ଗାଦିରେ ବସିବା ଆଶା ।


ଆଜି ବିଜେପି ପାଇଁ ସିଙ୍ଗର ତଥା ଡ୍ୟାନ୍ସର ସ୍ୱପ୍ନା ଚୌଧୁରୀ ଦିଲ୍ଲୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ସେ ବିଜେପି ପାଇଁ ଜୋରଦାର ପ୍ରଚାର କରିଥିଲେ । ଏହି ସମୟରେ ଏକ ମଂଚ ଉପରେ ଠିଆ ହୋଇ ସେଠାରେ ଉପସ୍ଥିତ ଲୋକଙ୍କୁ ସେ ପ୍ରଶ୍ନ କରିଥିଲେ ଯେ, ସେମାନେ କାହାକୁ ଜିତାଇବାକୁ ଚାହୁଁଛନ୍ତି । ଏହାର ଉତ୍ତରରେ ଲୋକେ କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ । ଆମେ ତାଙ୍କୁ ଭୋଟ ଦେବୁ । ଏଭଳି ଉତ୍ତର ଶୁଣି ସ୍ୱପ୍ନା ହଡବଡେଇ ଯାଇଥିଲେ । ଏହି ଘଟଣା ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଅନ୍ୟପଟେ ପ୍ରଚାରର ଅନ୍ତିମ ଦିନରେ ଲୋକଙ୍କ ଆମ୍ ଆଦ୍‌ମୀ ପାର୍ଟି ପ୍ରତି ଭଲ ପାଇବା ଦେଖି କେଜ୍ରିୱାଲ ମଧ୍ୟ ଆଶ୍ୱସ୍ତି ହୋଇଯାଇଛନ୍ତି । ପୁଣି ଥରେ ଦିଲ୍ଲୀରେ କେଜ୍ରିୱାଲ ୩.୦ ସରକାର ଆସିବ ବୋଲି ଅଶା କରାଯାଇଛି ।

Leave A Reply

Your email address will not be published.