Latest Odisha News

BREAKING NEWS

ରାଜନୀତି ଛାଡିବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତ

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଡାକ୍ତରଖାନାରୁ ଫେରିଥିବା ଅଭିନେତା ରଜନୀକାନ୍ତ ଆଜି ରାଜନୀତି ଛାଡିବାକୁ ଘୋଷଣା କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରାଜନୀତି ବିନା ସେ ପୂର୍ବ ଭଳି ଲୋକଙ୍କ ପାଇଁ କାମ ଜାରି ରଖିବେ। ଏହି ପରିପ୍ରେକ୍ଷୀରେ ସେ ନିଜ ଟ୍ୱିଟର ଆକାଉଣ୍ଟରେ ସୂଚନା ଦେଇଛନ୍ତି।

ଅଭିନେତା ରଜନୀକାନ୍ତ ମଙ୍ଗଳବାର ରାଜନୀତି କ୍ଷେତ୍ରରେ ପ୍ରବେଶ କରିବାକୁ ମନା କରି ଦେଇଛନ୍ତି। ରାଜନୀତିରେ ପ୍ରବେଶ କରିବାର ପୁରୁଣା ପ୍ରତିଶ୍ରୁତି ଭାଙ୍ଗିଥିବାରୁ ସେ ଲୋକମାନଙ୍କୁ କ୍ଷମା ମାଗି କହିଛନ୍ତି ଯେ ମୋର ବର୍ତ୍ତମାନର ସ୍ୱାସ୍ଥ୍ୟ ଅବସ୍ଥା ହେଉଛି ଭଗବାନଙ୍କ ଚେତାବନୀ। ରାଜନୀତି ଛାଡିବାକୁ ନିଷ୍ପତ୍ତି ନେଇ ସେ ସର୍ବସାଧାରଣରେ କହିଛନ୍ତି ଯେ ପୂର୍ବ ଭଳି ଲୋକଙ୍କ ପାଇଁ କାର୍ଯ୍ୟ ଜାରି ରଖିବି।

Comments are closed.