Latest Odisha News

BREAKING NEWS

ରାଜନୀତିରେ ଏଣ୍ଟ୍ରି କରିବେ ରଜନୀକାନ୍ତ: ଖୁବ୍ ଶୀଘ୍ର ନେବେ ନିଷ୍ପତ୍ତି

ଚେନ୍ନାଇ: ରାଜନୀତିରେ ପ୍ରବେଶ ନେଇ ଖୁବ୍ ଶୀଘ୍ର ଘୋଷଣା କରିବେ ତାମିଲ ସୁପରଷ୍ଟାର ରଜନୀକାନ୍ତ । ଆଜି ଏନେଇ ସୂଚନା ଦେଇଛନ୍ତି ରଜନୀକାନ୍ତ । ନିଜ ପାର୍ଟି ରଜନୀ ମକ୍କଲ ମନ୍ଦ୍ରମ୍ ସହ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ ରଜନୀକାନ୍ତ । ଏହି ବୈଠକରେ ଆଗାମୀ ତାମିଲନାଡୁ ନିର୍ବାଚନରେ ଦଳ ପ୍ରତିଦ୍ବନ୍ଦ୍ବିତା କରିବ କି ନାହିଁ ସେନେଇ ନେତାଙ୍କ ମତାମତ ଲୋଡାଯାଇଥିଲା । ଏନେଇ ଚୂଡାନ୍ତ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । ରାଜନୀତିରେ ପ୍ରବେଶ ନେଇ ରଜନୀକାନ୍ତ ଖୁବ୍ ଶୀଘ୍ର ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ଆଜିର ବୈଠକରେ ରଜନୀକାନ୍ତ ମକ୍କଲ ମନ୍ଦ୍ରମର ଜିଲ୍ଲା ସଚିବଙ୍କ ସମେତ ୫୨ ଜଣ ନେତାଙ୍କ ସହ ଆଲୋଚନା କରିଥିଲେ । ପାର୍ଟି ନେତା ତାଙ୍କୁ ସହଯୋଗ କରୁଛନ୍ତି । ଯଦି ସେ କୌଣସି ନିଷ୍ପତ୍ତି ନିଅନ୍ତି, ତେବେ ସମସ୍ତ ପାର୍ଟିର ନେତା ତାଙ୍କୁ ସମର୍ଥନ କରିବେ ବୋଲି କହିଥିଲେ ରଜନୀକାନ୍ତ ।

୨୦୨୧ରେ ତାମିଲନାଡୁରେ ନିର୍ବାଚନ ହେବାର ଅଛି । କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ତାମିଲନାଡୁ ଗସ୍ତ କରିଥିଲେ । ଏହା ପରେ ତାମିଲନାଡୁରେ ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି । ଏପରି ସ୍ଥିତିରେ ରଜନୀକାନ୍ତ ରାଜନୀତିରେ ଏଣ୍ଟ୍ରି କରିବେ କି ନାହିଁ, ସେନେଇ ଚର୍ଚ୍ଚା ଜୋର ଧରିଛି । ଦୁଇ ବର୍ଷରୁ ଅଧିକ ହେବ ରଜନୀକାନ୍ତ ରାଜନୀତିରେ ସକ୍ରିୟ ଥିଲେ ବି ଆନୁଷ୍ଠାନିକ ଭାବେ ରାଜନୀତିରେ ଏଣ୍ଟ୍ରି କରିନାହାନ୍ତି ।

Leave A Reply

Your email address will not be published.