Latest Odisha News

BREAKING NEWS

ଇରାନୀ ବୈଜ୍ଞାନିକଙ୍କ ହତ୍ୟା ପଛରେ ଇସ୍ରାଏଲ ଗୋଇନ୍ଦା ଏଜେନ୍ସିର ହାତ, ଆସନ୍ତୁ ଜାଣିବା ମୋସାଦର ୫ ଅପରେଶନ ସମ୍ପର୍କରେ..

ନୂଆଦିଲ୍ଲୀ: ପରମାଣୁ ବୈଜ୍ଞାନିକ ମୋହସିନ ଫକିରଜାଦେହଙ୍କୁ ଇସ୍ରାଏଲ ଗୋଇନ୍ଦା ଏଜେନ୍ସି ହତ୍ୟା କରିଛି ବୋଲି ଇରାନ ଦୃଢ଼ତା ସହକାରେ କହୁଛି । ତେବେ ଇସ୍ରାଏଲର ମୋସାଦ ନାମକ ଗୋଇନ୍ଦା ଏଜେନ୍ସିକୁ ସାରା ବିଶ୍ୱ କାହିଁକି ଭୟ କରେ, ଆସନ୍ତୁ ଜାଣିବା ମୋସାଦର ପ୍ରମୁଖ ୫ ଅପରେଶନ ସମ୍ପର୍କରେ.
୧.ଅପରେଶନ ଥଣ୍ଡରବୋଲ୍ଟ: ୧୭ ଜୁନ ୧୯୭୬ରେ ଫ୍ରାନ୍ସର ଏକ ବିମାନ ଯେଉଁଥିରେ ଅଧିକାଂଶ ଇସ୍ରାଏଲ ନାଗରିକ ଥିଲେ ଆରବ ଆତଙ୍କବାଦୀମାନେ ଅପହରଣ କରି ନେଇଥିଲେ । ମୋସାଦ ବୁଦ୍ଧି, କୌଶଳ ଓ ସାହସ ବଳରେ ନିଜ ଦେଶଠାରୁ ହଜାର ହଜାର କିଲୋମିଟର ଦୂରରେ ଥିବା ୟୁଗାଣ୍ଡାରୁ ନିଜ ଦେଶର ନାଗରିକଙ୍କୁ ସୁରକ୍ଷିତ ଆଣି ପାରିଥିଲା । ଏହି ଅପରେଶନକୁ ସାରା ବିଶ୍ୱ ସମ୍ମାନ ସହକାରେ ମାନିଥାଏ । ଏଥିରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନେହୁଙ୍କ ଭାଇ ଜୋନାଥନ ସାମିଲ ହୋଇଥିଲେ ମଧ୍ୟ ଗୁଳିମାଡରେ ମୃତ୍ୟୁବରଣ କରିଥିଲେ ।
୨.ରୁସର ମିଗ-୨୧ ବିମାନ ଚୋରି: ୬୦ ଦଶକରେ ରୁଷର ଲଢ଼ୁଆ ବିମାନମିଗ-୨୧ ସମସ୍ତ ଦେଶ ମନରେ ଭୟ ସୃଷ୍ଟି କରିଥିଲା । ଆମେରିକା ଗୋଇନ୍ଦା ଏଜେନ୍ସି ସିଆଇଏ ଏହାକୁ ଚୋରି କରିବାରେ ବିଫଳ ହେବା ପରେ ମୋସଦକୁ ଏହି ଦାୟିତ୍ୱ ଦିଆ ଯାଇଥିଲା । ମିଶରରେ ପ୍ରଥମ ଉଦ୍ୟମ, ଇରାକରେ ଦ୍ୱିତୀୟ ଉଦ୍ୟମ ବିଫଳ ହେବା ପରେ ଇରାକର ଜଣେ ମହିଳା ପାଇଲଟକୁ ମନେଇ ମୋସାଦର ଜଣେ ସଦସ୍ୟ ଏହା ଇସ୍ରାଏଲକୁ ଆଣି ପାରିଥିଲା ।
୩. ମ୍ୟୁନିକ ଅଲିମ୍ପିକ୍ସରେ ଇସ୍ରାଏଲର ଆଥଲେଟଙ୍କ ହତ୍ୟାର ପ୍ରତିଶୋଧ: ମ୍ୟୁନିକ ଅଲିମ୍ପିକ୍ସରେ ଇସ୍ରାଏଲର ୧୧ ଆଥଲେଟଙ୍କୁ ଫିଲିସ୍ତିନ ଲିବେରଶନ ଅର୍ଗାନାଇଜେଶନ ହତ୍ୟା କରିଥିଲା । ଏହା ପରେ ମୋସାଦଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା । ଏହି ଗୋଇନ୍ଦା ଏଜେନ୍ସି ବିଭିନ୍ନ ଦେଶରୁ ଖୋଜି ଖୋଜି ସମସ୍ତ ଆତଙ୍କବାଦୀକୁ ମାରିଥିଲା । ପ୍ରତ୍ୟେକ ଆତଙ୍କବାଦୀକୁ ୧୧ ଗୁଳି ମରାଯାଇଥିଲା । ଏହି ମିଶନ ପାଇଁ ୧୦ ବର୍ଷ ସମୟ ଲାଗିଥିଲା ।

ଆର୍ଜେଂଟିନାର ଭୟଙ୍କର ମିଶନ: ମୋସାଦ ୧୧ ମେ ୧୯୬୦ରେ ଆର୍ଜେଂଟିନାରେ ଏପରି ଏକ ଗୋଇନ୍ଦା କାର୍ଯ୍ୟ ସୁଚାରୁରୂପେ କରିଥିଲା ଯେ, କାନରୁ ଦୁଇକାନ ହୋଇ ନ ଥିଲା । ନାଜୀ ଯୁଦ୍ଧର ଅପରାଧୀ ଏଡଲ୍ôଫ ଏକମ୍ୟାନଙ୍କୁ ଅପହରଣ କରି ଇସ୍ରାଏଲ ନେଇ ଆସିଥିଲେ । ୟୁହୁଦିଙ୍କ ବିରୋଧରେ କରାଯାଇଥିବା ଅତ୍ୟାଚାରର ବିଚାର ସ୍ଥାନୀୟ କୋର୍ଟରେ ହୋଇଥିଲା । ମାତ୍ର ୫ଜଣ ମୋସାଦ ସଦସ୍ୟ ଏହାକୁ ସଫଳ କରିଥିଲେ ।

ୟାସିର ଆରାଫତଙ୍କ ସହଯୋଗୀଙ୍କୁ ହତ୍ୟା : ଫିଲିସ୍ତିନ ପ୍ରସିଦ୍ଧ ନେତା ୟାସିର ଆରାଫତର ଡାହଣ ହାତ କୁହାଯାଉଥିବା ଖଲୀଲ ଅଲ ବଜିରଙ୍କୁ ଟ୍ୟୁନିସିଆରେ ଧରିଥିଲା । ସେଠାରେ ତାଙ୍କ ପରିବାରବର୍ଗ ସମ୍ମୁଖରେ ତାଙ୍କୁ ୭୦ ଗୁଳି ମରାଯାଇଥିଲା । ଏଥିରେ ୩୦ ଏଜେଂଟ ସାମିଲ ହୋଇଥିଲେ । ଗୁଳି ମାରିବା ସମୟରେ ଇସ୍ରାଏଲ ବିମାନ ଟ୍ୟୁନିସିଆର ସମସ୍ତ ଯୋଗାଯୋଗ ସିଷ୍ଟମକୁ ଅଚଳ କରି ଦେଇଥିଲେ ।

Leave A Reply

Your email address will not be published.