Latest Odisha News

BREAKING NEWS

ଗୋପାଳକ ପ୍ରସନ୍ନଙ୍କୁ ଲକଡାଉନରେ ସହାୟ ହେଲା କୃଷି ଡିଜିଟାଲ ପରାମର୍ଶ

ଦେବଗଡ: ରିଆମାଳ ବ୍ଲକ ବାବରାକୋଟ ଗାଁର ପ୍ରସନ୍ନ ପ୍ରଧାନ । ଆଖପାଖ ଅଂଚଳରେ ଜଣେ ଗୋପାଳକ ହିସାବରେ ବେଶ୍ ଜଣାଶୁଣା । ପ୍ରାୟ ୧୦ବର୍ଷ ହେଲା ସେ ଗୋପାଳନ କରି ପରିବାର ଚଳାଇ ଆସୁଛନ୍ତି । ଦୈନିକ ୬୦ରୁ ୭୦ ଲିଟର କ୍ଷୀର ଆଦାୟ ହେଉଥିବା ବେଳେ ତାକୁ ବିକ୍ରି କରି ବେଶ୍ ଦୁଇ ପଇସା ରୋଜଗାର ବି ହେଉଥିଲା । ଆଶା ଥିଲା କିଛି ଟଙ୍କା ସଞ୍ଚୟ କରି ଏକ ବଡ ଡାଏରୀ ଫାର୍ମ କରିବା ପାଇଁ । କିନ୍ତୁ ଆଶା ସାଙ୍ଗରେ ତାଳ ଦେଇ ନ ଥିଲା ସମୟ । କୋଭିଡ୍ ସଂକ୍ରମଣକୁ ନଜରରେ ରଖି ସାରା ଭାରତରେ ଲକ୍ ଡାଉନ ଘୋଷଣା ହେଲା । ସେ ପ୍ରତିଦିନ ବିକ୍ରି କରୁଥିବା ୬୦ରୁ ୭୦ ଲିଟର କ୍ଷୀର ବିକ୍ରି କରିପାରିଲେନି ପ୍ରସନ୍ନ । ଫଳରେ କ୍ଷତି ସହିଲେ ।

ଏହାକୁ ନେଇ ସେ ଚିନ୍ତିତ ହୋଇପଡିଥିବା ବେଳେ ଏପ୍ରିଲ ୨୫ ତାରିଖରେ ତାଙ୍କ ପ।ଖକୁ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଏକ ଫୋନ କଲ ଆସିଥିଲା । ସେଥିରେ ଗୋଟେ ଅଡିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ ଭାଗ ନେବାପାଇଁ କୁହାଯାଇଥିଲା । ସେ ପ୍ରତିଦିନ ଗାଈ, ଛେଳି, ମେଣ୍ଢାଙ୍କୁ ନେଇ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା ହେବ ବୋଲି ସୂଚନା ଦିଆଯାଇଥିଲା । ଏହା ଶୁଣିବା ମାତ୍ରେ ହିଁ ନିଜ ନାମ ପଞ୍ଜିକରଣ କରିନେଲି ପ୍ରସନ୍ନ । ସେଇଦିନ ସନ୍ଧ୍ୟା ସମୟରେ ଜିଲ୍ଲାର କିଛି ଗୋପାଳକ ଚାଷୀମାନଙ୍କ ସହ  ମୋବାଇଲ କନଫରେନ୍ସ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ଏ ନେଇ ପ୍ରସନ୍ନ କହନ୍ତି, ‘କାର୍ଯ୍ୟକ୍ରମରେ ଭାଗ ନେଇ ମୁଁ ସିଧାସଳଖ ମୋର ସମସ୍ତ ସମସ୍ୟା ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ଜଣାଇଲି ଏବଂ ସେ ମୋର ସମସ୍ତ ସମସ୍ୟାର ସମାଧାନ କରିବେ ବୋଲି ମୋତେ ପ୍ରଥମେ ଅ।ଶ୍ଵସନା ଦେଲେ । କହିଲେ ବର୍ତ୍ତମାନ ଗୋପାଳକ ଚାଷୀଭାଇମାନଙ୍କ ଉପରେ ଥିବା ସମସ୍ତ କଟକଣ।କୁ ସରକାର ଉଠାଇ ନେଇଛନ୍ତି, ପୂର୍ବପରି ମୁଁ ଯେପରି ଦୁଗ୍ଧ ବ୍ୟବସାୟ କରୁଥିଲି ସେପରି କରିପାରିବି କିନ୍ତୁ ସାମାଜିକ ଦୂରତାକୁ ଆମକୁ ପାଳନ କରିବା ପାଇଁ ପଡିବ ।’

ସେତେବେଳେ ଲକଡାଉନ ଥିବାରୁ ଚାଷୀମାନେ ଗୋଖାଦ୍ୟ କିଣିବା ନେଇ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀ ଏହାର ସମାଧାନର ବାଟ ଦେଖାଇଥିଲେ । ସରକାରଙ୍କ ପକ୍ଷରୁ ଲାଗୁ ହୋଇଥିବା ସ୍ୱତନ୍ତ୍ର ରୋଡ ପାସ୍ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ପାସକୁ ବ୍ୟବହାର କରି ପ୍ରସନ୍ନ ବଜାରକୁ ଯାଇ ଗୋଖାଦ୍ୟ କିଣି ପାରିଲେ ଓ ଦୁଗ୍ଧ ବ୍ୟବସାୟ ପୂର୍ବ ଭଳି କରିପାରିଲେ । କିନ୍ତୁ ପୂର୍ବ ଭଳି ୬୦ରୁ ୭୦ ଲିଟର ନୁହେଁ ମାତ୍ର ୩୦ରୁ ୪୦ ଲିଟର ବିକ୍ରି ହେଲା ।

ଜୁନ ମାସ ୩୦ ତାରିଖରେ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଆଉ ଏକ ଅଡିଓ କନଫରେନ୍ସ କାର୍ଯ୍ୟକ୍ରମରେ ଭାଗ ନେଇ ବଳି ପଡୁଥିବା କ୍ଷୀରକୁ କଣ କରିହେବ ସେ ନେଇ ବ୍ଲକ ପ୍ରାଣୀଚିକିତ୍ସା ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ସେ ବିକ୍ରି ନହୋଇପାରି ବଳକା ରହିଯାଉଥିବା ଦୁଗ୍ଧକୁ କିପରି ଦୁଗ୍ଧ ଜାତୀୟ ଦ୍ରବ୍ୟ ଯଥା ଛେନା ଓ ପନିର କରି ବଜାରରେ ବିକ୍ରିକରି ହେବ ପରାମର୍ଶ ଦେଇଥିଲେ । ଆମେ ପରାମର୍ଶ ଅନୁଯାୟୀ କାମ କଲୁ ।

ବର୍ତ୍ତମାନ ପ୍ରସନ୍ନଙ୍କର ୧୦ ଗାଈ ଥିବା ବେଳେ ସେଥିରୁ ୬ ଟି ଗାଈ ଠାରୁ ୬୫ ରୁ ୭୦ ଲିଟର କ୍ଷୀର ମିଳିଥାଏ । ଯେଉଁଥିରୁ ସେ ଦୈନିକ ୨୦ ଲିଟର କ୍ଷୀରରେ ୪ କେଜି ପନିର କରି ବଜାରରେ କେଜି ପ୍ରତି ୨୨୦ ଟଙ୍କା ବିକ୍ରି କରି ୮୮୦ ଟଙ୍କା ପାଇଥାନ୍ତି । ଅବଶିଷ୍ଠ ୪୫ ରୁ ୫୦ ଲିଟର କ୍ଷୀର ୩୦ ଟଙ୍କା ଦରରେ ୧୪୦୦ ରୁ ୧୫୦୦ ଟଙ୍କା ରେ ବିକ୍ରି କରୁଛନ୍ତି । ଦୈନିକ ପ୍ରାଯ ଗୋଖାଦୟ ବାବଦକୁ ୮୦୦ ରୁ ୯୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପ୍ରାୟ୨୩୦୦ ରୁ ୨୪୦୦ ଟଙ୍କା ରୋଜଗାର ହୋଇପାରୁଛି । କରୋନା ଭଳି ମହାମାରୀ ସମୟରେ ଫାଉଣ୍ଡେସନର ପରାମର୍ଶ ବେଶ୍ ସହାୟକ ହୋଇଛି ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଦିଆଉଥିବା ସୂଚନାସେବା କେବଳ ପ୍ରସନ୍ନ ନୁହେଁ ତାଙ୍କ ପରି ଅନେକ ଚାଷୀଙ୍କୁ ଚାଷ ସମ୍ପର୍କରେ ସଠିକ୍ ସୂଚନା ଓ ପରାମର୍ଶ ଦେଇପାରୁଛି । ପୂର୍ବରୁ ମଧ୍ୟ ସେମାନେ ସେହି ସମାନ ଚାଷ କରୁଥିବା ବେଳେ ସମସ୍ୟା ହେଲେ ସମାଧାନ ପାଇଁ କେଉଁଠିକୁ ଯିବେ ତାହା ଜାଣିପାରୁ ନ ଥିଲେ । ଫାଉଣ୍ଡେସନର ନିଶୁଳ୍କ ଡିଜିଟାଲ ସେବା ତାଙ୍କୁ ଏ ଦିଗରେ ସହାୟ ହୋଇଛି । ମୋବାଇଲ ଭଏସ ମେସେଜ ମାଧ୍ୟମରେ ଦୈନିକ କୃଷି ଓ ଗୋପାଳନ ଭିତ୍ତିକ କୃଷି ସନ୍ଦେଶ, ୧୮୦୦-୪୧୯-୮୮୦୦ ନିଶୁଳ୍କ ହେଲ୍ପଲାଇନ ନମ୍ବରରେ କୃଷି ବିଶେଷଜ୍ଞଙ୍କ ସହ ସିଧାସଳଖ ପରାମର୍ଶ ତଥା ହ୍ବାଟ୍ସଆପ୍ ମାଧ୍ୟମରେ ପରାମର୍ଶ, ଅଡିଓ/ ଭିଡିଓ କନଫରେନ୍ସରେ ଭାଗ ନେଇ ନିଜ ସମସସ୍ୟାର ସମାଧାନ ସହ ଚାଷ ସମ୍ବନ୍ଧୀୟ ଅନେକ ଜ୍ଞାନ ଆହରଣ କରିପାରୁଛନ୍ତି ଚାଷୀ ।

ଦେବଗଡ ଜିଲ୍ଲାର ଚାଷୀ ଭାଇମାନଙ୍କୁ ନେଇ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଖୋଲାଯାଇଥିବା ହ୍ବାଟ୍ସଆପ ଗ୍ରୁପରେ ପ୍ରାଯ ୨୫୦ଜଣ ଚାଷୀ ଅଛନ୍ତି । ଗୋପାଳନ, ଚାଷ ସମ୍ବନ୍ଧୀୟ ସମସ୍ୟାର ଫୋଟୋ କିମ୍ବା ଲେଖା ପଠାଇଲେ ସେହି ଗ୍ରୁପରେ ପଠାଇଲେ ପ୍ରାଣୀ ଚିକିତ୍ସକ, କୃଷି ବିଶେଷଜ୍ଞମାନଙ୍କଠାରୁ ସାଙ୍ଗେ ସାଙ୍ଗେ ତାର ଉତ୍ତର ମିଳିପାରୁଛି । ଏଥିସହିତ ନୂତନ ବୈଜ୍ଞାନିକ ପଦ୍ଧତିରେ ହେଉଥିବା ଚାଷର ଭିଡିଓ ଏବଂ ଅଡିଓ ମଧ୍ୟ ପାଇପାରୁଛନ୍ତି । ଏସବୁ ସୁବିଧା ସୁଯୋଗ ମିଳିଥିବାରୁ ପ୍ରସନ୍ନ ରିଲାଏନ୍ସ ଫାଉଣ୍ଡେସନର ସମସ୍ତ ବିଶେଷଜ୍ଞ ଏବଂ ସମସ୍ତ କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.