Latest Odisha News

BREAKING NEWS

ରାଜକୋଟ ଗେମିଂ ଜୋନ ଫାୟାର: ସିସିଟିଭି ବଖାଣିଲା ଅଗ୍ନିକାଣ୍ଡର କାରଣ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ରାଜକୋଟ ଟିଆରପି ଗେମିଂ ଜୋନର ସିସିଟିଭି ଫୁଟେଜ । ବଖାଣିଲା କେମିତି ହୋଇଥିଲା ଭୟାଭୟ ଅଗ୍ନିକାଣ୍ଡ । ସିସିଟିଭି ରେ ଦେଖାଯାଉଥିବା ଦୃଶ୍ୟ ଅନୁଯାୟୀ, ଗେମିଂ ଜୋନରେ ଏକ ଏରିଆର ଛାତରେ ୱେଲ୍ଡିଂ କାମ ଚାଲିଥିବା ଦେଖାଯାଇଛି | ଏଥିରୁ ବାହାରୁଥିବା ସ୍ପାର୍କ ତଳେ ପଡ଼ିଥିବା କାଠ ପଟା ଉପରେ ପଡି ଧୂଆଁ ସୃଷ୍ଟି ହୋଇଥିଲା, ଅଳ୍ପ କିଛି ମିନିଟ୍ ମଧ୍ୟରେ, ଧୂଆଁ ପ୍ରଜ୍ୱଳିତ ହୋଇ ଏକ ବଡ଼ ନିଆଁରେ ପରିଣତ ହୋଇଥିଲା । ଯେଉଁଥିରେ ୯ ଜଣ ପିଲାଙ୍କ ସମେତ ୨୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମେ ୨୫ରେ ରାଜକୋଟ ଟିଆରପି ଗେମିଂ ଜୋନରେ ଏକ ବଡ ଧରଣର ଅଗ୍ନିକାଣ୍ଡ ଘଟିଥିଲା । ଯାହା ପୂରା ଖେଳ ଅଞ୍ଚଳକୁ ପୋଡି ଦେଇଥିଲା । ଯେଉଁଥିରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ମୃତଦେହକୁ ଚିହ୍ନିବା ଅସମ୍ଭବ ହୋଇଥିଲା । ତେଣୁ ଏହାକୁ ନେଇ ଚିହ୍ନଟ ପାଇଁ ମୃତକଙ୍କ ତଥା ସେମାନଙ୍କ ସମ୍ପର୍କୀୟଙ୍କ ଡିଏନଏ ନମୁନା ସଂଗ୍ରହ କରାଯାଇଥିଲା । ସେପଟେ ଏହି ଘଟଣାରେ ଟିଆରପି ଗେମ ଜୋନର ମାଲିକ ତଥା ମ୍ୟାନେଜରଙ୍କ ସମେତ ତିନି ଜଣଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜ୍ଜୁ କରିଛି । ଏହାସହିତ ଘଟଣାର ଛାନଭିନ ପାଇଁ ଏଆଇଟି ଗଠନ କରାଯାଇଛି ।

ତେବେ ଏହାକୁ ନେଇ ଅଧିକାରୀମାନେ କହିଛନ୍ତି ଯେ, ଅଗ୍ନିଶମ ବିଭାଗ ପକ୍ଷରୁ ଖେଳ ଜୋନରେ ନୋ ଅବଜେକ୍ଟିଭ୍ ସାର୍ଟିଫିକେଟ୍ ର ଅଭାବ ରହିଛି । ଏହି ସ୍ଥାନର କେବଳ ଗୋଟିଏ ବାଟ ଥିଲା ଯାହା ଉଭୟ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟ ଭାବରେ କାର୍ଯ୍ୟ କରୁଥିଲା | ଗେମିଂ ଜୋନର ପରିସରରେ ହଜାର ଲିଟର ଡିଜେଲ ଏବଂ ପେଟ୍ରୋଲ ଗଚ୍ଛିତ ହୋଇଥିଲା । ଯାହାଦ୍ବାରା ନିଆଁଟି କମ୍ ସମୟରେ ଏତେ ଶୀଘ୍ର ବିସ୍ତାର କରିଥିଲା । ପରିସରରେ ଥିବା ଫାୟାର ଏକ୍ସଟିଙ୍ଗୁଇସର ବ୍ୟବହାର କରାଯାଇଥିଲେ ମଧ୍ୟ ନିଆଁ ଏତେ ଜୋରରେ ଲାଗିଥିଲା ଯେ ତାହା କାମ କରିନଥିଲା ଯାହା ଫଳରେ ଏତେ ବଡ ଦୁର୍ଘଟଣା ଘଟିଗଲା ।

ତେବେ ଏହି ଘଟଣା ପରେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ।

Leave A Reply

Your email address will not be published.