Latest Odisha News

BREAKING NEWS

ଜୁନ୍ ୧୧ ରେ ଓଡ଼ିଶା ଆସୁଛନ୍ତି ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ

ଭୁବନେଶ୍ବର: ରବିବାର ସରିଛି ମୋଦି ୩.୦ ସରକାର ଶପଥ ଗ୍ରହଣ । ହେଲେ ବର୍ତ୍ତମାନ ସୁଦ୍ଧା ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ସସପେନ୍ସ ଲାଗିରହିଛି । ଅନ୍ୟପଟେ ପୂର୍ବରୁ ଆଜି ଅର୍ଥାତ୍ ଜୁନ୍ ୧୦ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ନିର୍ଦ୍ଧାରିତ ହୋଇଥିବାବେଳେ ଏଥିରେ ପରିବର୍ତ୍ତନ ହୋଇ ୧୦ ପରିବର୍ତ୍ତେ ୧୨ କୁ ଘୁଞ୍ଚିଛି ଶପଥ ଗ୍ରହଣ ଉତ୍ସବ ।

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ହେବ ବୋଲି ସୂଚନା ରହିଛି । ତେବେ ଏହା ଭିତରେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ଙ୍କୁ ଓଡିଶା ଦାୟିତ୍ତ୍ବ ଦିଆଯାଇଛି । କେନ୍ଦ୍ରୀୟ ବିଜେପି ସଂସଦୀୟ ବୋର୍ଡ ପକ୍ଷରୁ ସମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ପର୍ଯ୍ୟବେକ୍ଷକ ଭାବେ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପିନ୍ଦର ଯାଦବ । ବୈଠକରେ ଯୋଗଦେବା ସହ କିଏ ହେବେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ତାହାକୁ ନେଇ ତର୍ଜମା କରିବେ ଦୁଇ କେନ୍ଦ୍ରମନ୍ତ୍ରୀ ।

ଉଭୟ ନେତା ୧୧ ତାରିଖ ସୁଦ୍ଧା ଭୁବନେଶ୍ବରରେ ପହଞ୍ଚିବେ । ସେହିଦିନ ବିଜେପି ବିଧାୟକ ଦଳ ବୈଠକରେ ଯୋଗଦେବେ । ଏହାପରେ ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ । ଏନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହଙ୍କ ସ୍ବାକ୍ଷରରେ ଦଳ ପକ୍ଷରୁ ପ୍ରେସ୍‌ ବିଜ୍ଞପ୍ତି ଜାରି କରାଯାଇଛି ।

Leave A Reply

Your email address will not be published.