ନୂଆଦିଳ୍ଲୀ:ଲଦ୍ଦାଖ ସୀମାରେ ଭାରତ-ଚୀନ ସଂଘର୍ଷ ପରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ୩ ସେନାର ଅଧ୍ୟକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ । ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପୂର୍ଣ୍ଣ ସମ୍ପର୍କରେ ଅବଗତ କରାଇବେ । ପରବର୍ତୀ କାର୍ଯ୍ୟପନ୍ଥା ଏହା ପରେ ସ୍ଥିର କରାଯିବ । ବୈଠକରେ ସିଡିଏସ ମୁଖ୍ୟ ବିପିନ ରାୱତ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଉପସ୍ଥିତ ଥିଲେ ।
ତେବେ ଭାରତ ଏକ କଠୋର ପଦକ୍ଷେପ ନେଇପାରେ ବୋଲି ଅନୁମାନ କରାଯାଉଛି । ସୋମବାର ଗଲୱାଂ ଘାଟିରେ ହୋଇଥିବା ସଂଘର୍ଷରେ ଭାରତର ୩ଜଣ ଯବାନ ଶହୀଦ ହୋଇଥିଲେ । ଦୀର୍ଘ ୪୫ ବର୍ଷ ପରେ ଭାରତ-ଚୀନ ମଧ୍ୟରେ ଏ ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
Comments are closed.