Latest Odisha News

BREAKING NEWS

ବଢିଲା ନୌସେନାର ବଳ, ସାମିଲ ହେଲା ସ୍ୱଦେଶୀ ଇଏନଏସ୍ ମୋର୍ମୁଗାଓ

ନୂଆଦିଲ୍ଲୀ: ବଢିଲା ଭାରତୀୟ ନୌସେନାର ବଳ । ନୌସେନାରେ ସାମିଲ ହେଲା ସ୍ୱଦେଶୀ ଆଇଏନଏସ୍ ମୋର୍ମୁଗାଓ । ମୁମ୍ୱାଇରେ ଆଧୁନିକ ସେନ୍ସର ଓ ରାଡାର ସଂଯୁକ୍ତ ଯୁଦ୍ଧପୋତକୁ ନେଭିରେ ସାମିଲ ନେଇ ଆୟୋଜିତ ହୋଇଛି ବିରାଟ ଉତ୍ସବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଭିରେ ସାମିଲ କରାଇଛନ୍ତି। ଯୁଦ୍ଧଜାହାଜକୁ ଜଳାବତରଣ କରିଛନ୍ତି ସେ । ଭାରତ ମହାସାଗରରେ ଚୀନର ଔଦ୍ଧତ୍ୟକୁ ଲଗାମ କଷିବ ଆଇଏନଏସ୍ ମୋର୍ମୁଗାଓ ।

ମୁମ୍ୱାଇର ମଝଗାଓଁ ଡକୟାର୍ଡରେ ନିର୍ମାଣ ହୋଇଛି INS Mormugao । ଅନେକ ବିଶେଷତ୍ୱ ଥିବା ଏହି ଯୁଦ୍ଧପୋତ ଏକ ମିସାଇଲ ଡେଷ୍ଟ୍ରୟର । ଭାରତୀୟ ନୌସେନାରେ ଥିବା ସମସ୍ତ ଯୁଦ୍ଧପୋତଗୁଡିକ ମଧ୍ୟରୁ ଏହା ସବୁଠାରୁ ଶକ୍ତିଶାଳୀ, ସକ୍ଷମ ଓ ଆଧୁନିକ । ଏହାର ବାହ୍ୟ ସ୍ତରରେ ଲାଗିଛି ସ୍ୱତନ୍ତ୍ର ଷ୍ଟିଲ ଆସ୍ତରଣ । ଫଳରେ ଶତ୍ରୁ ପକ୍ଷର ରାଡାର ଏହାକୁ ସହଜରେ ଠାବ କରିପାରିବନି ।

ଏଥିରେ ଖଞ୍ଜାଯାଇଛି ଭୁପୃଷ୍ଠରୁ ଆକାଶ, ଭୁପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ମିସାଇଲ, ଟର୍ପିଡୋ ଟ୍ୟୁବ୍ ଓ ଲଞ୍ଚର, ବୁଡ଼ାଜାହାଜ ବିଧ୍ୱଂସୀ ରକେଟ୍ ଲଞ୍ଚର, ସୁପର ରାପିଡ୍ ଗନ୍ ମାଉଣ୍ଟ, କମ୍ବାକ୍ ମ୍ୟାନେଜମେଣ୍ଟ ସିଷ୍ଟମ, ଇଣ୍ଟିଗ୍ରେଟେଡ୍ ପ୍ଲାଟଫର୍ମ ମ୍ୟାନେଡମେଣ୍ଟ ସିଷ୍ଟମ ଇତ୍ୟାଦି । ପ୍ରଚୁର ଖରାପ ପାଗରେ ବି ଏହା ଉପରେ ନୌସେନାର ହେଲିକପ୍ଟର ସହଜରେ ଲଞ୍ଚ କରିପାରିବ ।

ଆଟୋମେଟେଡ୍ ପାଓ୍ୱାର ମ୍ୟାନେଡମେଣ୍ଟ ସିଷ୍ଟମ, କୋଲ୍ଡେବଲ୍ ହ୍ୟାଙ୍ଗର ଡୋର୍ସ, କ୍ଲୋଜ୍ ଇନ୍ ଓ୍ୱିପନ୍ ସିଷ୍ଟମ ଓ ବୋ ମାଉଣ୍ଟେଡ୍ ସୋନାର ମଧ୍ୟ ଏଥିରେ ରହିଛି । INS Mormugaoର ଲମ୍ୱ ୧୬୩ ମିଟର, ଚଉଡ଼ା ୧୭ ମିଟର ଓ ୭୫୦୦ ଟନ୍ ଓଜନ । ଯୁଦ୍ଧପୋତଟି ୪ଟି ଗ୍ୟାସ ଟର୍ବାଇନ୍ ଇଞ୍ଜିନରେ ପରିଚାଳିଚ । ଫଳରେ ଏହାର ସର୍ବାଧିକ ବେଗ ଘଣ୍ଟାକୁ ୪୮ କିଲୋମିଟର ରହିବ । INS Mormugao ନୌସେନାରେ ସାମିଲ ହେବା ପରେ ଭାରତୀୟ ନୌସେନାର ବଳ ୩ଗୁଣା ବଢିବ । ପରମାଣୁ, ଜୈବିକ ଓ ରସାୟନିକ ଯୁଦ୍ଧ ସମୟରେ ରକ୍ଷକ ହୋଇପାରିବ INS Mormugao । ଏହି ପ୍ରୋଜେକ୍ଟର ପ୍ରଥମ ଯୁଦ୍ଧପୋତକୁ ଗତବର୍ଷ ଇଣ୍ଡିଆନ ନେଭିରେ ସାମିଲ କରାଯାଇଥିଲା ।

Comments are closed.