ଆଜିଠୁ ତିନି ଦିନିଆ ଋଷ ଗସ୍ତରେ ଯାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ମସ୍କୋରେ ଆୟୋଜିତ ବିଜୟ ଦିବସ ପରେଡରେ ସେ ଯୋଗ ଦେବେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜର୍ମାନୀ ଉପରେ ସୋଭିଏତର ବିଜୟର ୭୫ତମ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଜନାଥ । ଏହାପୂର୍ବରୁ ଟ୍ବିଟ୍ କରି ରାଜନାଥ ଲେଖିଛନ୍ତି, ଏହି ଗସ୍ତ ଭାରତ-ଋଷିଆ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ।
Delhi: Defence Minister Rajnath Singh departs for Moscow, Russia on a 3-day visit. During his visit to Russia, he’ll hold talks on ways to further deepen India-Russia defence & strategic partnership&attend 75th Victory Day Parade of World War II. Defence Secy is accompanying him. https://t.co/PI90vkHRFu pic.twitter.com/XE4dde5PVE
— ANI (@ANI) June 22, 2020
ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ଋଷିଆ ଗସ୍ତରେ ଯାଇଛନ୍ତି । ସେପଟେ ଆସନ୍ତାକାଲି ଋଷିଆ ବୈଦେଶିକ ମନ୍ତ୍ରୀ ଭାରତ-ଚୀନ ମଧ୍ୟରେ ତ୍ରିପାକ୍ଷିକ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକର ଆୟୋଜନ କରିଛନ୍ତି । କୁହାଯାଉଛି ମସ୍କୋ ଭାରତ ଓ ଚୀନ ମଧ୍ୟରେ ମଧ୍ୟସ୍ଥତା ପାଇଁ ଉଦ୍ୟମ କରୁଛି ।
Comments are closed.