Latest Odisha News

ରାଜ୍ୟସଭା ନିର୍ବାଚନ: ୩ ରାଜ୍ୟରେ ୧୫ ଟି ଆସନ ପାଇଁ ଚାଲିଛି ମତଦାନ

ନୂଆଦିଲ୍ଲୀ: ଦେଶର ୧୫ଟି ରାଜ୍ୟରେ ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳପ୍ରଦେଶରେ ୧୫ଟି ଆସନ ପାଇଁ ଚାଲିଛି ମତଦାନ । ଓଡ଼ିଶା ସମେତ ୧୫ ଟି ରାଜ୍ୟର ୫୬ ଟି ଆସନ ମଧ୍ୟରୁ ୪୧ ଜଣ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇସାରିଛନ୍ତି । ସେଥିମଧ୍ୟରୁ ବିଜେପିର ସର୍ବାଧିକ ୨୦ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

ଏହି ମତଦାନ ରେ କଂଗ୍ରେସ ଶାସିତ କର୍ଣ୍ଣାଟକ, ହିମାଚଳ ପ୍ରଦେଶର ୩ଟି ଆସନ ଏବଂ ଉତ୍ତରପ୍ରଦେଶ ର ଗୋଟିଏ ଆସନ ଉପରେ ରହିଛି ସମସ୍ତଙ୍କ ନଜର । ଉତ୍ତର ପ୍ରଦେଶରେ ସର୍ବାଧିକ ଆସନରେ ଚାଲିଛି ନିର୍ବାଚନ । ଉତ୍ତରପ୍ରଦେଶରେ ମୋଟ ୧୦ ଟି ଆସନ ପାଇଁ ୧୧ ଜଣ ପ୍ରାର୍ଥୀ ରହିଛନ୍ତି । ବିଜେପି ୮ଟି ଆସନ ପାଇଁ ପ୍ରାର୍ଥୀ ଦେଇଥିବା ବେଳେ, ସମାଜବାଦୀ ପାର୍ଟିରୁ ୩ ଜଣଙ୍କୁ ଟିକେଟ ଦିଆଯାଇଛି ।

କର୍ଣ୍ଣାଟକରେ ୪ ଟି ଆସନ ପାଇଁ ୫ ଜଣ ପ୍ରାର୍ଥୀ ଆଶାୟୀ ଅଛନ୍ତି । କଂଗ୍ରେସ ୩ ଜଣ ପ୍ରାର୍ଥୀ ଦେଇଥିବା ବେଳେ, ବିଜେପି ଓ ଜେଡିଏସରୁ ଜଣେ ଲେଖାଏଁ ପ୍ରାର୍ଥୀ ଅଛନ୍ତି ।

ସେହିପରି ହିମାଚଳ ପ୍ରଦେଶରୁ ଗୋଟିଏ ଆସାନରେ ଭୋଟ ଗ୍ରହଣ ହେବ । ଗୋଟିଏ ସିଟ୍ ପାଇଁ ମୁହାଁମୁହିଁ ହେବେ ବିଜେପିର ହର୍ଷ ମହାଜନ ଏବଂ କଂଗ୍ରେସର ଅଭିଷେକ ମନୁ ସିଂହଭି ।

ଆଜି ସକାଳ ୯ ଟା ରୁ ମତଦାନ ଆରମ୍ଭ ହୋଇଥିବାବେଳେ ଏହା ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ୫ ଟା ରୁ ଭୋଟ୍ ଗଣତି ଆରମ୍ଭ ହୋଇ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ ।

Comments are closed.