Latest Odisha News

BREAKING NEWS

ରାଜ୍ୟସଭାରେ ଗୃହୀତ ହେଲା ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍

ନୂଆଦିଲ୍ଲୀ: ଐତିହାସିକ ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ସୋମବାର ଦିନ ରାଜ୍ୟସଭାରେ ଗୃହୀତ ହୋଇଛି । ଆଜି ସନ୍ଧ୍ୟାରେ ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୫ ଏବଂ ବିପକ୍ଷରେ ୬୧ଟି ଭୋଟ ଦିଆଯାଇଛି ।

ଏହି ଜମ୍ମୁ ଓ କାଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ ୨୦୧୯ ରାଜ୍ୟସଭାରେ ଗୃହୀତ ହୋଇଛି, ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନରେ ବିଲଟି ଆଇନରେ ପରିଣତ ହେବା ପରେ ହିଁ ଜମ୍ମୁ ଓ କାଶ୍ମୀର ଏକ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଏଥିସହିତ ଲଦାଖ ମଧ୍ୟ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ପରିଗଣିତ ହେବ ।

ଏହି ବିଲଟିକୁ ରାଜ୍ୟସଭାରେ ଆଗତ କରିବା ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ, ୩୭୦ ଧାରା ଯୋଗୁଁ ଜମ୍ମୁ ଓ କାଶ୍ମୀରର ବିକାଶରେ ବାଧାସୃଷ୍ଟି ହେଉଥିଲା ।

Leave A Reply

Your email address will not be published.