Latest Odisha News

BREAKING NEWS

Rajya Sabha Power Shift: ଆଉ ମାତ୍ର ୩ ଆସନ! ରାଜ୍ୟସଭାରେ ବିରୋଧୀଙ୍କ ନିଦ ଉଡେଇବ ଏନଡିଏର ନୂଆ ଅଙ୍କ…

ନୂଆଦିଲ୍ଲୀ: ରାଜ୍ୟସଭାରେ NDAର ବଡ଼ ଲାଭ!

୧୬୪ ମ୍ୟାଜିକ୍ ନମ୍ବରରୁ ମାତ୍ର କିଛି ପାଦ ଦୂରରେ NDA

ସମ୍ବିଧାନ ସଂଶୋଧନର ପଥ ହେବ କି ସହଜ?

ରାଜ୍ୟସଭାରେ ବଦଳୁଛି ରାଜନୈତିକ ଅଙ୍କ। ୨୭ଟି ଆସନର ନିର୍ବାଚନ ପରେ NDA ଏବେ ଦୁଇ-ତୃତୀୟାଂଶ ମ୍ୟାଜିକ୍ ନମ୍ବରର ଆହୁରି ନିକଟରେ ପହଞ୍ଚିଛି। ସମ୍ବିଧାନ ସଂଶୋଧନ ଭଳି ବଡ଼ ନିଷ୍ପତ୍ତି ପାଇଁ ଯେଉଁଠାରେ ୧୬୪ ଜଣ ସାଂସଦଙ୍କ ସମର୍ଥନ ଦରକାର, ସେଠାରେ NDAର ସଂଖ୍ୟା ୧୫୩ରେ ପହଞ୍ଚିଯାଇଛି। ଯାହା ଏବେ ବିରୋଧୀଙ୍କ ନିଦ ହଜାଇଦେଇଛି । ଲୋକସଭା ପରେ ଏବେ ରାଜ୍ୟସଭାରେ ବି ଅସ୍ତିତ୍ବ ହରାଇବାକୁ ବସିଲେଣି ବିରୋଧୀ ଇଣ୍ଡି ମେଣ୍ଟ । ତେବେ କ’ଣ ରାଜ୍ୟସଭାରେ ଆହୁରି ଶକ୍ତିଶାଳୀ ହେବେ ମୋଦି ସରକାର? ଆସନ୍ତୁ ଦେଖିବା କ’ଣ କହୁଛି ଗଣିତ…

ଲୋକସଭା ପରେ ଏବେ ମୋଦି ସରକାରଙ୍କ ନଜର ରାଜ୍ୟସଭା ଉପରେ। କାରଣ ଉଚ୍ଚ ସଦନର ଅଙ୍କ ହିଁ ନିର୍ଣ୍ଣୟ କରେ କେତେ ସହଜରେ ପାରିତ ହେବ ବଡ଼ ବଡ଼ ବିଲ୍। ବର୍ତ୍ତମାନ ରାଜ୍ୟସଭାରେ ୨୭ଟି ଆସନର ନିର୍ବାଚନ ପରେ NDAର ସଂଖ୍ୟା ବଢ଼ି ୧୫୩ରେ ପହଞ୍ଚିଛି। ଝାରଖଣ୍ଡରୁ ସ୍ୱାଧୀନ ପ୍ରାର୍ଥୀ ପରିମଳ ନାଥୱାନୀଙ୍କ ବିଜୟ NDA ପାଇଁ ଆଉ ଏକ ଶକ୍ତି ଆଣିଛି। ଏବେ ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ଉପରେ। TMCର ୪ ଜଣ ସାଂସଦ ଇସ୍ତଫା ଦେବା ପରେ ଖାଲି ହୋଇଥିବା ଆସନଗୁଡ଼ିକରେ ଯଦି BJP ଭଲ ପ୍ରଦର୍ଶନ କରେ, ତେବେ NDAର ସଂଖ୍ୟା ୧୫୭ ପର୍ଯ୍ୟନ୍ତ ପହଞ୍ଚିପାରେ।

NDA ସହିତ ଥିବା ୧୫୩ ସାଂସଦଙ୍କ ସମର୍ଥନ:

BJP ୧୧୫
TDP ୪
JDU ୪
AIADMK ୪
NCP ୪
Shiv Sena ୨
AGP ୧
RLM ୧
PMK ୧
RPI (A) ୧
JSP ୧
NPP ୧
RLD ୧
Nominated ୭
Independents ୩
UPPL ୨ (୧ ସଦସ୍ୟ ବାହାରୁ)
ZPM ୧ (ବାହ୍ୟ ସମର୍ଥନ)

ଆଉ ରାଜନୀତିରେ ବହୁତ ସମୟରେ ନିର୍ବାଚନ ଜିତିବାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହୁଏ ସଂଖ୍ୟାର ଖେଳ ଜିତିବା। ରାଜ୍ୟସଭାରେ NDA ଏବେ ସେହି ଖେଳର ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରୁଥିବା ଦେଖାଯାଉଛି। କାରଣ କୌଣସି ବିଲ୍ ପାରିତ କରିବା କିମ୍ବା ସମ୍ବିଧାନ ସଂଶୋଧନ ପାଇଁ ଦରକାର ୧୬୪ ସାଂସଦଙ୍କ ସମର୍ଥନ। ଅର୍ଥାତ NDA ଏବେ ବି ମ୍ୟାଜିକ୍ ନମ୍ବରଠାରୁ ୧୧ ଆସନ ଦୂରରେ ଅଛି। କିନ୍ତୁ ଯଦି YSRCPର ୪ ଜଣ ସାଂସଦ ପୂର୍ବଭଳି ସମର୍ଥନ ଦିଅନ୍ତି, ତେବେ ଏହି ସଂଖ୍ୟା ୧୬୧ରେ ପହଞ୍ଚିପାରେ। ତାହାହେଲେ ଦୁଇ-ତୃତୀୟାଂଶ ବହୁମତ ପାଇଁ NDAକୁ ଦରକାର ହେବ ମାତ୍ର ୩ ଜଣ ସାଂସଦଙ୍କ ସମର୍ଥନ। ଆଉ ଯଦି ବିଲ୍ ଉପରେ ବିତର୍କ ବେଳେ ବିରୋଧୀଙ୍କ ମଧ୍ୟରୁ କେହିବି ବିଦ୍ରୋହୀ ବାହାରନ୍ତି, ତାହା NDAକୁ ବେଶ୍ ସୁହାଇବ । ଅନ୍ୟପଟେ ଇଣ୍ଡି ମେଣ୍ଟର ସଂଖ୍ୟା ୬୩ରେ ସୀମିତ ରହିଛି। ଯାହା ସ୍ପଷ୍ଟ କରୁଛି ଯେ ରାଜ୍ୟସଭାରେ ବିରୋଧୀଙ୍କ ଚ୍ୟାଲେଞ୍ଜ ଦିନକୁ ଦିନ ଅଧିକ କଷ୍ଟକର ହେବାକୁ ଯାଉଛି ।

INDIA ମେଣ୍ଟ ସହିତ ଥିବା ୬୩ ସାଂସଦଙ୍କ ସମର୍ଥନ:

Congress ୩୦
TMC ୯
SP ୪
CPM ୩
JMM ୩
JKNC ୩
RJD ୩
CPI ୨
IUML ୨
KCM ୧
NCP-SP ୧
Shiv Sena (UBT) ୧
Independent ୧

୨୬ ସାଂସଦ INDIA ଏବଂ NDA ଠାରୁ ଅଲଗା:

DMK ୮
BJD ୫
YSRCP ୪
AAP ୩
BRS ୩
BSP ୧
MNM ୧
DMDK ୧

ରାଜ୍ୟସଭାର ଏହି ନୂଆ ଅଙ୍କ କେବଳ ସଂଖ୍ୟାର ଖେଳ ନୁହେଁ, ଏହା ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ବିଧାନିକ ଶକ୍ତି, ଯଥା ନୂଆ ନିୟମ, ଆଇନ ତିଆରି କରିବା କିମ୍ବା ପୁରୁଣା ଆଇନରେ ପରିବର୍ତ୍ତନ କରିବାଣ କ୍ଷମତାକୁ ବୃଦ୍ଧି କରିବ ।

ଯାହାକୁ ନେଇ ଏବେ ପ୍ରଶ୍ନ ହେଉଛି, NDA କ’ଣ ଏବେ କିଛି ମିତ୍ର ଦଳଙ୍କ ସମର୍ଥନ ହାସଲ କରି ଦୁଇ-ତୃତୀୟାଂଶ ବହୁମତର ଐତିହାସିକ ମାଇଲଖୁଣ୍ଟ ଛୁଇଁପାରିବ? ନା ବିରୋଧୀ ଶିବିର ଏହି ଅଙ୍କକୁ ଅଟକାଇବାରେ ସଫଳ ହେବ?

Comments are closed.