Latest Odisha News

BREAKING NEWS

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏକାଥରେ ମିଳିବ ୫ଟି କିସ୍ତି

ଭୁବନେଶ୍ବର: ସୁଭଦ୍ରା ପଞ୍ଚମ କିସ୍ତି ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଘୋଷଣା କରିଛନ୍ତି। କୋଟିଏରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଯୋଜନା ଟଙ୍କା। ରାକ୍ଷୀ ପୂର୍ଣ୍ଣିମାରେ ନୟାଗଡରେ ଟଙ୍କା ମିଳିବା ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି ସୂଚନା। ୨୮ ତାରିଖ ସୁଦ୍ଧା ଯେଉଁ ମାନେ ଆବେଦନ କରିଥିବେ ସମସ୍ତଙ୍କୁ ମିଳିବ ସୁଭଦ୍ରା ଟଙ୍କା଼।

ନୟାଗଡ଼ରେ ଅନୁଷ୍ଠିତ ହେବ ସୁଭଦ୍ରାର ରାଜ୍ୟସ୍ତରୀୟ ସମାରୋହ। ତେବେ ଯେଉଁମାନେ ଏହି ଯୋଜନାରୁ  ବାଦ୍ ପଡିଛନ୍ତି ସେମାନଙ୍କୁ ଏକାଥରେ ୫ଟି କିସ୍ତି ମିଳିବ ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଯୋଜନାର ନିୟମ ଅନୁଯାୟୀ, ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ପ୍ରତିବର୍ଷ ନିର୍ଦ୍ଦିଷ୍ଟ ଆର୍ଥିକ ସହାୟତା ଦିଆଯାଉଛି ।

ବିଶେଷ କଥା ହେଉଛି, ପ୍ରଥମଥର ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟଙ୍କା ମିଳିବ । ଏଭଳି ଆବେଦନକାରୀଙ୍କୁ ପୂର୍ବ କିସ୍ତି ସହ ମୋଟ ୫ଟି କିସ୍ତିର ଟଙ୍କା ମିଳିବ ବୋଲି କୁହାଯାଇଛି । ରକ୍ଷାବନ୍ଧନ ଅବସରରେ ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ପାଇଁ ସୁଭଦ୍ରା ଟଙ୍କା ପ୍ରଦାନକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି ।

Comments are closed.