Latest Odisha News

BREAKING NEWS

ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ମହିଳା ଏସଆଇ ଗିରଫ

ବଲାଙ୍ଗୀର: ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁଙ୍କ ଅପହରଣ ପଛର ଥିବା ରହସ୍ୟ ଧିରେ ଧିରେ ଖୋଲିବାରେ ଲାଗିଛି । ଏହି ଘଟଣାରେ ଆଉ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ ପୋଲିସ କର୍ମଚାରୀ ଏବଂ ଅନ୍ୟଜଣେ ସାମ୍ବାଦିକ ବୋଲି ଜଣାପଡ଼ିଛି। ଏହି ଆପରାଧିକ ଷଡ଼ଯନ୍ତ୍ରରେ ସାମିଲ ଥିଲେ ଭୁବନେଶ୍ୱରର ଜଣେ ମହିଳା ପୋଲିସ ସବଇନ୍ସପେକ୍ଟର ସ୍ନେହମଞ୍ଜରୀ ସାହୁ ଓ ଜଣେ ଗଣମାଧ୍ୟମ ପ୍ରତିନିଧି ସଞ୍ଜୟ ଜେନା।

ସୂଚନା ମୁତାବକ ଏହି ମହିଳା ପୋଲିସ ସବଇନ୍ସପେକ୍ଟର ଓ ଗଣମାଧ୍ୟମ ପ୍ରତିନିଧି ଗୁଣ୍ଡା ସାହୁ ଅପହରଣ ଷଡ଼ଯନ୍ତ୍ରର ରୂପରେଖ ପ୍ରସ୍ତୁତ କରିଥିଲେ। ବନ୍ଧୁକ ମୁନରେ କରିଥିଲେ ଅପହରଣ ସିନର ଭିଡିଓ ସୁଟିଂ। ଖଣ୍ଡଗିରି ଥାନାକୁ କବଜା କରିଥିବା ବେଳେ ୫୦ ଲକ୍ଷ ଟଙ୍କା ନେବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ରାଜଧାନୀରେ ଆପରାଧିକ ଷଡ଼ଯନ୍ତ୍ର କରାଯାଇଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି ।

ବଲାଙ୍ଗିର ଓ ଖଣ୍ଡଗିରି ପୋଲିସର ମିଳିତ ଉଦ୍ୟମରେ ବ୍ୟବସାୟୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ନରେନ୍ଦ୍ର ସାହୁଙ୍କର ଜଣେ ବିଲଡରଙ୍କ ସହ ପରିଚୟ ଥିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଏହି ସମ୍ପର୍କ ଅପହରଣ ସହ ଜଡ଼ିତ କି ନାହିଁ, ତାହା ଏବେ ସ୍ପଷ୍ଟ ହୋଇନାହିଁ । ଅପହରଣ ପଛରେ ପ୍ରକୃତ ଉଦ୍ଦେଶ୍ୟ କ’ଣ ଏବଂ ଆଉ କେଉଁମାନେ ସମ୍ପୃକ୍ତ, ସେନେଇ ପୋଲିସ ଖୋଳତାଡ଼ ଜାରି ରଖିଛି । ନରେନ୍ଦ୍ର ସାହୁ ଉଦ୍ଧାର ହେବା ପରେ ପରିବାର ଆଶ୍ୱସ୍ତ ହୋଇଛି ।

Leave A Reply

Your email address will not be published.