Latest Odisha News

BREAKING NEWS

ବଡ଼ଦେଉଳରେ କିପରି ପାଳନ ହୁଏ ରାକ୍ଷୀ ପୂର୍ଣ୍ଣିମା ?

ପୁରୀ: ଆଜି ହେଉଛି ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଭାରତର କୋଣ ଅନୁକୋଣରେ ବେଶ୍ ଧୂମଧାମରେ ଏହାକୁ ପାଳନ କରଯାଏ। ଶ୍ରୀମନ୍ଦିରରେ ମଧ୍ୟ ଯଥା ବିଦି ପାଳନ ହୁଏ ଏହି ପର୍ବ । ଭଉଣୀ ହାତରୁ ରାକ୍ଷୀ ପିନ୍ଧନ୍ତି ଲୀଳାମୟ ଠାକୁର । ଆଜି ଓଡ଼ିଶାର ପୁରପଲ୍ଲୀରେ ଏହି ପବିତ୍ର ଦିନରେ ଓଡ଼ିଆ ଝିଅମାନେ ସେମାନଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିଥାଆନ୍ତି । ଶ୍ରୀକ୍ଷେତ୍ର ଶ୍ରୀମନ୍ଦିରରେ ମଧ୍ୟ ଆଜି ଏହି ରାକ୍ଷୀ ପୂର୍ଣ୍ଣିମା ଦିବସଟି ଗହ୍ମାପୂର୍ଣ୍ଣିମା ଭାବେ ପାଳିତ ହେଉଛି ।

ପାରମ୍ପରିକା ନୀତି ଅନୁସାରେ ଶ୍ରୀମନ୍ଦିରରେ ଆଜି ପାଟରା ବିଶୋଇ ସେବକମାନେ ଏହି ପାରମ୍ପରିକ ଉତ୍ସବର ଦାୟିତ୍ୱ ତୁଲାଇବେ । ସାନଭଉଣୀ ସୁଭଦ୍ରା ‘ପାଟରାକ୍ଷୀ’ ପିନ୍ଧାଇବେ ବଡ଼ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ । ଦେବୀ ସୁଭଦ୍ରା ନୀଳ, ନାଲୀ ଓ ବାଇଗଣି ରଙ୍ଗର ପାଟରାକ୍ଷୀ ବାନ୍ଧିବେ ତାଙ୍କ ବଡ଼ଭାଇ ଶ୍ରୀବଳଭଦ୍ରଙ୍କ ହାତରେ, ସେହିପରି ହଳଦିଆ ପାଟରାକ୍ଷୀକୁ ବାନ୍ଧିବେଶ୍ରୀଜଗନ୍ନାଥଙ୍କୁ ।

 

 

ରାକ୍ଷୀ ପୂର୍ଣ୍ଣିମା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସେବାୟତଙ୍କୁ ବାସୁଙ୍ଗା ପାଟ କପଡ଼ା ଯୋଗାଇ ଦିଆଯାଇଥାଏ । ଏହି କନାରେ ସେବକ ତିଆରି କରନ୍ତି ପାଟ ରାକ୍ଷୀ ଶ୍ରୀଜୀଉମାନେ ପିନ୍ଧିବାକୁ । ଚିତାଲାଗି ଅମାବାସ୍ୟାରୁ ଏହି ରାକ୍ଷୀ ତିଆରି ଆରମ୍ଭ କରିଥାନ୍ତି ସେବକମାନେ । ଶ୍ରୀଜଗନ୍ନାଥ ଯେଉଁ ବୃହତ ରାକ୍ଷୀଟି ଆଜି ପିନ୍ଧନ୍ତି ସେହି ରାକ୍ଷୀଟି ବିଶ୍ୱର ସବୁଠୁ ବଡ଼ ରାକ୍ଷୀ ଯେଉଁଟିକୁ ପାରମ୍ପରିକ ରୀତିନୀତିରେ ପିନ୍ଧାଯାଇଥାଏ ।

 

ଆଜି ମଧ୍ୟାହ୍ନ ଧୂପ ପରେ ବିଜେନୀତି ପରେ ଶ୍ରୀବଳଭଦ୍ର, ମଦନମୋହନଙ୍କୁ ଦେବୀ ସୁଭଦ୍ରା ରାକ୍ଷୀ ବାନ୍ଧିବେ । ଦେବୀ ସୁଭଦ୍ରା ମଧ୍ୟ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ପାଟରାକ୍ଷୀ ବାନ୍ଧିଥାଆନ୍ତି । ଏହି ପାଟରାକ୍ଷୀଟିକୁ ଶ୍ରୀକ୍ଷେତ୍ରର ପାଟରା ସେବକମାନେ ଭକ୍ତିର ସହିତ ତିଆରି କରିଥାଆନ୍ତି । ଏହି ପ୍ରଚଳିତ ପ୍ରଥା ଅନେକଦିନରୁ ଶ୍ରୀମନ୍ଦିରରେ ନୀତିକାନ୍ତିର ସହିତ ପାଳିତ ହୋଇ ଆସୁଛି ।

Leave A Reply

Your email address will not be published.