Latest Odisha News

BREAKING NEWS

ନୂଆ ଘର ଓ କାର୍‌ କିଣିଲେ ରାକ୍ଷୀ ସାଓ୍ୱନ୍ତ, ସ୍ୱାମୀଙ୍କ କଥା କହି ହେଲେ ଭାବପ୍ରବଣ

ମୁମ୍ବାଇ : ବଲିଉଡ୍‌ର ଡ୍ରାମା କ୍ଵିନ୍‌ ରାକ୍ଷୀ ସାୱନ୍ତ । ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ । କିନ୍ତୁ ବର୍ତ୍ତମାନ ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା ଆପେଣେଇଛନ୍ତି ନୂଆ ରାସ୍ତା । ସ୍ୱାମୀ ଆଦିଲଙ୍କ ଧୋକ୍କା ପରେ ନିଜ କ୍ୟାରିୟର ଉପରେ କରିଛନ୍ତି ଫୋକସ୍‌  । ନିକଟରେ ସେ ଦୁବାଇରେ ତାଙ୍କର ଏକ ଏକାଡେମୀ ଖୋଲିଛନ୍ତି ଏବଂ ବର୍ତ୍ତମାନ ସେ ଏକ ନୂଆ ଘର ଏବଂ କାରର ମାଲିକାଣୀ ହୋଇଯାଇଛନ୍ତି। ଏ ବିଷୟରେ ରାକ୍ଷୀ ନିଜେ ଜଣାଇଛନ୍ତି । କେବଳ ଏତିକି ନୁହେଁ ତାଙ୍କ ସ୍ୱାମୀଙ୍କୁ ମନେ ପକାଇ ଭାବପ୍ରବଣ ମଧ୍ୟ ହୋଇଯାଇଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

ନିକଟରେ ରାକ୍ଷୀ ସ୍ୱାମୀ ଆଦିଲଙ୍କୁ ନେଇ ଚର୍ଚ୍ଚାରେ ରହିଥିଲେ ।  ରାକ୍ଷୀ ଦୁବାଇରେ ଡ୍ୟାନ୍ସ ଆଣ୍ଡ ଆକ୍ଟିଂ ଏକାଡେମୀ ଆରମ୍ଭ କରିବା ପରେ ୬ ମାର୍ଚ୍ଚ ୨୦୨୩ରେ ଭାରତ ଫେରିଥିଲେ । ତାଙ୍କୁ ବିମାନବନ୍ଦରରେ ଜିମ୍ ଆଉଟଫିଟ୍‌ରେ ଦେଖିବାକୁ ମିଳିଥିଲା । ପାପାରାଜିଙ୍କ ସହ କଥାବାର୍ତ୍ତା କରି ରାକ୍ଷୀ କହିଥିଲେ, ଏକାଡେମୀ ଆରମ୍ଭ ହୋଇଛି। ସେଠାରେ ମୁଁ ଆଉ ଏକ ଘର କିଣିଲି, ଏକ କାର ବି କିଣିଲି । ରାକ୍ଷୀ ତାଙ୍କ ଘର ଏବଂ ନୂଆ କାର ବିଷୟରେ ସୂଚନା ଦେବା ପରେ ଟିକିଏ ଭାବପ୍ରବଣ ହୋଇଯାଇଥିଲେ।

 

View this post on Instagram

 

A post shared by Rakhi Sawant (@rakhisawant2511)

ସେ ତାଙ୍କ ସ୍ୱାମୀଙ୍କ ସହିତ ବିତାଇ ଥିବା ରୋମାଣ୍ଟିକ ମୁହୂର୍ତ୍ତକୁ ମନେ ପକାଇ କାନ୍ଦିଥିଲେ । ଆଉ ସେ କହିଥିଲେ ଏଇଟା ସେହି ସ୍ଥାନ ନା ଯେଉଁଠି ମୁଁ ଏବଂ ଆଦିଲ ଏକାଠି ଛିଡା ହୋଇଥିଲୁ । ତାଙ୍କ ଉପରେ ଗୋଲାପ ଫୁଲ ବର୍ଷା କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ସ୍ୱାମୀ ଆଦିଲ୍‌ଙ୍କୁ ଛାଡ଼ପତ୍ର ଦେବାପାଇଁ ରାଜି ନାହାଁନ୍ତି ।

Leave A Reply

Your email address will not be published.