ମୁମ୍ବାଇ: ବଳିଉଡ଼ର ବିବାଦୀୟ ଅଭିନେତ୍ରୀ ଭାବେ ପରିଚିତ ରାକ୍ଷୀ ସାୱନ୍ତ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ସେ ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ । ତାହାପୁଣି ଖାଲି ପାଦରେ । ଦର୍ଶକ ଓ ପାପାରାଜିମାନେ ଖାଲିପାଦରେ ଯିବାର କାରଣ ପଚାରିବାରୁ ସେ ଅଜବ ଉତ୍ତର ଦେଇଥିଲେ । ସେ ସଲମାନ ଖାନ୍ଙ୍କ ବିବାହକୁ ନେଇ ମାନସିକ ରଖିଥିବା କହିଥିଲେ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ସବୁବେଳେ କୌଣସି ବିଷୟକୁ ନେଇ ଅଦ୍ଭୁତ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଅଧିକାଂଶ ସମୟ ପାପାରାଜିଙ୍କ ସହ କଥାବାର୍ତ୍ତା ହେବା ସହ ଥଟ୍ଟାମଜା କରୁଥିବା ନଜର ଆସିଥାନ୍ତି । ନିଜର ହରକତକୁ ନେଇ ସେ ସମସ୍ତଙ୍କୁ ହସାଇ ଥାଆନ୍ତି ଓ ନିଜ ଆଡକୁ ଆକର୍ଷିତ କରି ଥାଆନ୍ତି । ଏବେ ଭାଇରାଲ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ରାକ୍ଷୀ କୌଣସି ସ୍ଥାନରୁ ବିମାନ ଯୋଗେ ମୁମ୍ବାଇ ବିମାନବନ୍ଦରରେ ପହଞ୍ôଚଥିଲେ । ସେ ବିମାନବନ୍ଦରରେ ମୁଣ୍ଡରେ ଗୋଲାପୀ ରଙ୍ଗର ଏକ ବ୍ଲେଜର ଘୋଡାଇ ହୋଇ ଖାଲି ପାଦରେ ଚାଲିକି ଯାଉଥିବା ନଜର ଆସିଥିଲେ । ଏପରି ଦେଖି ପାପାରାଜି ଓ ପ୍ରଶଂସକ ପଚାରିବାରୁ ସେ କହିଥିଲେ, ମୁଁ ମାନସିକ ରଖିଛି । ମୁଁ ଶ୍ରୀଲଙ୍କା, ଦୁବାଇରୁ ବିନା ଚପଲରେ ଆସିଛି । କାରଣ ଅଭିନେତା ସଲମାନ ଖାଁଙ୍କ ବିବାହ ଖୁବ୍ଶୀଘ୍ର ହୋଇଯାଉ । ଯେ ପର୍ଯ୍ୟନ୍ତ ସଲମାନଙ୍କ ବିବାହ ନ ହୋଇଛି ସେ ପର୍ଯ୍ୟନ୍ତ ଆଉ ଚପଲ ପିନ୍ଧିବି ନାହିଁ ବୋଲି କହିଛନ୍ତି ।
ଏହି ଭିଡିଓଟି ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତ ରଖିଛନ୍ତି । କେହି କେହି ରାକ୍ଷୀ ପାଗଳ ହୋଇଯାଇଛନ୍ତି ବୋଲି କହିଛନ୍ତି । ସେହିପରି ଆଉ କେହି ତାହେଲେ ତ ରାକ୍ଷୀ ମରିବା ପର୍ଯ୍ୟନ୍ତ ଚପଲ ପିନ୍ଧି ପାରିବେ ନାହିଁ ବୋଲି କହିଛନ୍ତି ।
Comments are closed.