Latest Odisha News

ଦେଶରେ କମିଲା ବେରୋଜଗାରୀ ହାର୍; ନିଯୁକ୍ତି ଦେବାର ସବୁଠାରୁ ଖରାପ ପ୍ରଦର୍ଶନ କରିଛି ଏହି ରାଜ୍ୟ

ନୂଆଦିଲ୍ଲୀ: ଦେଶରେ ବେରୋଜଗାରୀ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାକୁ ଦୂର କରିବାକୁ ଉଭୟ ସରକାର ପଦକ୍ଷେପ ନେଉଥିବା କହୁଥିବା ବେଳେ ଏବେ ଏହାକୁ ନେଇ ଖୁସୀ ଖବର ସାମ୍ନାକୁ ଆସିଛି। ଦେଶରେ ବେରୋଜଗାରୀ ହାର ଗତ ୪ ମାସ ତୁଳନାରେ ୨୦୨୩ ଜାନୁଆରୀରେ ସର୍ବନିମ୍ନ ସ୍ତରରେ ରହିଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ ଇକୋନୋମି(CMIEM) ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ଜାନୁଆରୀରେ ବେରୋଜଗାରୀ ହାର ୭.୧୪ ପ୍ରତିଶତ ସ୍ତରକୁ ଖସିଛି। ଯାହା ଗତବର୍ଷ ଡିସେମ୍ବର ମାସ ତୁଳନାରେ କମ୍ ରହିଛି।

CMIEM ଗତ ୩ ମାସର ହିସାବ ଦେଇ କହିଛି ଯେ ୨୦୨୨ ଡିସେମ୍ବର ମାସରେ ବେରୋଜଗାରି ହାର ୮.୩୦ ପ୍ରତିଶତ ଥିଲା। ତା ପୂର୍ବରୁ ନଭେମ୍ବରରେ ୮ ପ୍ରତିଶତ ଓ ସେପ୍ଟେମ୍ବର ୬.୪୩ ପ୍ରତିଶତ ରହିଥିଲା। ସେହି ଅନୁସାରେ ଚଳିତ ବର୍ଷ ଆରମ୍ଭରୁ ଦେଶର ସବୁଠାରୁ ବଡ଼ ସମସ୍ୟାରେ ସାମାନ୍ୟ ଆସ୍ୱସ୍ଥି ମିଳିଛି। ତେବେ ସହରାଞ୍ଚଳରେ ବେରୋଜଗାରୀ ସମସ୍ୟା ବଢ଼ିଥିବା CMIEM କହୁଛି। ଜାନୁଆରୀରେ ସହରାଞ୍ଚଳ ବେରୋଜଗାରୀ ହାର ୮.୫୫ ପ୍ରତିଶତ ରହିଛି। ସେହିପରି ଗ୍ରାମାଞ୍ଚଳରେ ଏହି ୬.୪୮ ପ୍ରତିଶତ କମ ରହିଛି।

CMIEM ରିପୋର୍ଟରେ ରାଜ୍ୟମାନଙ୍କର ବେରୋଜଗାରୀ ହାର୍‌ ବି ବତାଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଜାମ୍ମୁ-କାଶ୍ମୀର ସବୁଠାରୁ ଖରାପ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ଶାସିତ ଛତିଶଗଡ଼ ସବୁଠାରୁ ଭଲ ପ୍ରଦର୍ଶନ କରିଛି।

ଜାମ୍ମୁ-କାଶ୍ମୀରରେ ବେରୋଜଗାରୀ ହାର ୨୧.୮ ପ୍ରତିଶତ ରହିଥିବା ବେଳେ ବିଜେପି ଶାସତ ହରିଆଣା ରାଜ୍ୟରେ ଏହି ହାର୍ ୨୧.୭ ପ୍ରତିଶତ କଂଗ୍ରେସ ଶାସିତ ରାଜସ୍ଥାନରେ ୨୧.୧ ପ୍ରତିଶତ ବେରୋଜଗାରୀ ହାର ରହିଛି। ତା ପଛକୁ ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀରେ ବେରୋଜଗାରୀ ହାର ୧୬.୭ ପ୍ରତିଶତ ରହିଥିବା ବେଳେ ଗୋଆରେ ୧୬.୨ ପ୍ରତିଶତ, ଆସାମ ୧୬.୧ ପ୍ରତିଶତ ଓ  ତ୍ରିପୁରାରେ ବେରୋଜଗାରୀ ହାର ୧୬ ପ୍ରତିଶତ ରହିଛି।

ତେବେ ନିଯୁକ୍ତି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଛନ୍ତି ଛତିଶଗଡ଼, ଓଡ଼ିଶା ମଧ୍ୟପ୍ରଦେଶ ଭଲି ରାଜ୍ୟ। CMIEM ରିପୋର୍ଟ ଅନୁସାରେ, ଛତିଶଗଡ଼ରେ ବେରୋଜଗାରୀ ହାର ସର୍ବିନିମ୍ନ ୦.୫ ପ୍ରତିଶତ ରହିଥିବା ବେଳେ ଆମ ରାଜ୍ୟ ଓଡ଼ିଶାରେ ଏହି ହାର୍ ୧.୫ ପ୍ରତିଶତ ରହିଛି। ସେହିପରି ତାମିଲନାଡୁରେ ୧.୮ ପ୍ରତିଶତ ଏବଂ ମଧ୍ୟପ୍ରଦେଶରେ ବେରୋଜଗାରୀ ହାର ୧.୯ ପ୍ରତିଶତ ରହିଛି।

 

 

Leave A Reply

Your email address will not be published.