Latest Odisha News

BREAKING NEWS

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ମୋହର ମାରିଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ । ପାର୍ଟନରସିପ ମୋଡରେ ଖୋଲିବାକୁ ଥିବା ଏହି  ସୈନିକ ସ୍କୁଲକୁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଅନୁମୋଦନ କରିଛନ୍ତି। ଏହି ନୂଆ ସ୍କୁଲ କେଉଁଠି କେଉଁଠି ଖୋଲିବ ତାହାର ତାଲିକା ମଧ୍ୟ ବିଭାଗୀୟ ୱେବସାଇଟରେ ପ୍ରକାଶ ପାଇଛ ।  https://sainikschool.ncog.gov.in/  ଲିଙ୍କ ଉପରେ କ୍ଲିକ କଲେ ଏହି ସୂଚନା ପାଇପାରିବେ ।

ଦେଶରେ ମୋଟ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିଛି । ଏହି ସ୍କୁଲ ଏନଜିଓ/ପ୍ରାଇଭେଟ ସ୍କୁଲ ଏବଂ ରାଜ୍ୟ ସରକାରଙ୍କ ସହଭାଗିତାରେ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇଛି । ସେହି ଅନୁସାରେ, ସୈନିକ ସ୍କୁଲ ସୋସାଇଟି ୧୯ ନୂଆ ସୈନିକ ସହ ଏମଏୟୁ କରିଛନ୍ତି ।

ପ୍ରଧାନମନ୍ତ୍ରୀ ୧୦୦ ନୂଆ ସୈନିକ ସ୍କୁଲ ଖୋଲିବା ନିଷ୍ପତ୍ତି ପଛରେ ଉଦ୍ଦେଶ୍ୟ ରହିଛି, ଛାତ୍ରମାନଙ୍କୁ ରାଷ୍ଟ୍ରୀୟ ଶିକ୍ଷାନୀତି ଅନୁସାରେ ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ଦେବା ଏବଂ ସେନାରେ ସାମିଲ ହେବା ସହ ଉତ୍ତର କ୍ୟାରିଅର ଗଠନର ସୁଯୋଗ ଦେବା । ଏଥିସହିତ ଆଜିର ଯୁବପୀଢିଙ୍କୁ ଏକ ଦାୟିତ୍ୱସମ୍ପନ୍ନ ନାଗରିକ ଭାବେ ଗଢିତୋଳିବା  ପାଇଁ ପ୍ରଶିକ୍ଷିତ କରି ରାଷ୍ଟ୍ର ନିର୍ମାଣ ଦିଗରେ ସରକାରଙ୍କ ସହା କାମ କରିବାର ଅବସର ଦେବା ମଧ୍ୟ ଏହାର ଲକ୍ଷ୍ୟ । ଏହି ସ୍କୁଲ ସମ୍ପର୍କିକ ସମ୍ପୂର୍ଣ୍ଣ ବିବରଣୀ ଉପର ପ୍ରଦତ୍ତ ଅଫିସିଆଲ ୱେବସାଇଟରେ ଉପଲବ୍ଧ ଅଛି । ଇଚ୍ଛୁକ ପ୍ରାର୍ଥୀ ଏବଂ ଅଭିଭାବକ ୱେବ ପୋର୍ଟାଲକୁ ଯାଇ ଏହାର ଲାଭ ଉଠାଇବାକୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.