Latest Odisha News

BREAKING NEWS

ବ୍ରହ୍ମପୁର କୁମାରପୁର ଗାଁରେ ଚାଞ୍ଚଲ୍ୟ: ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କଲା ପୁଅ, ଥାନାରେ ଅଟକ

ବ୍ରହ୍ମପୁର: ସମ୍ପର୍କ ଭୁଲିଗଲା ପୁଅ । ନିଜ ବାପାକୁ କାଠ ଫାଳିଆରେ ପିଟି ପିଟି ହତ୍ୟା କରିଛି ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି  ବ୍ରହ୍ମପୁର ସଦର ଥାନା କୁମାରପୁର ଗାଁରେ । ବାପାକୁ ପିଟି ପିଟି ହତ୍ୟା କରିଛି ପୁଅ । ମୃତକ କୁମାରପୁର ଗାଁର ରମେଶ ପ୍ରଧାନ ବୋଲି ଜଣାପଡିଛି  ।

କୌଣସି କାରଣକୁ ନେଇ ବାପା ଏବଂ ପୁଅ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ବାପାକୁ ଏକ କାଠ ଫାଳିଆରେ ମୁଣ୍ଡକୁ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ବାପା ରେମଶ ପ୍ରଧାନଙ୍କର ମୃତ୍ୟୁ ଘଟିଛି  । ଦୀର୍ଘ ଦିନ ଧରି ବାପା-ପୁଅଙ୍କ ମଧ୍ୟରେ ତୀକ୍ତତା ଲାଗି ରହୁଥିଲା  ।ସେପଟେ ପୋଲିସ ଘଟଣାରେ ହତ୍ୟାକାରୀ ପୁଅ ଦାମ ପ୍ରଧାନକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା ଜାରି ରଖିଛି  ।

Leave A Reply

Your email address will not be published.