ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ ଏନସିବି ।
ରକୁଲ ପ୍ରୀତ ସିଂହଙ୍କୁ ଗତକାଲି ହାଜର ହେବାକୁ ସମନ୍ ଜାରି କରିଥିଲା ଏନସିବି । ତେବେ ସମନ ପାଇ ନଥିବା କହିଥିଲେ ରକୁଲ । ଏହାପରେ ତାଙ୍କ ପାଖକୁ ଆଉ ଏକ ନୋଟିସ୍ ପଠାଯାଇଥିଲା ।

ସେହିପରି କରିସ୍ମା ପ୍ରକାଶ ସ୍ୱାସ୍ଥ୍ୟାବସ୍ଥା କାରଣ ଦର୍ଶାଇ ହାଜର ହୋଇ ନଥିଲେ । ଆସନ୍ତାକାଲି ସୁଦ୍ଧା ହାଜର ନହେବାକୁ ତାଙ୍କୁ ସମୟ ଦିଆଯାଇଥିଲା । କରିସ୍ମା ପ୍ରକାଶ ହ୍ୱାଟ୍ସ ଆପ୍ ଚାର୍ଟରୁ ଡ୍ରଗ୍ସ କାରବାର ତଥ୍ୟ ମିଳିଛି । ଏସମ୍ପର୍କରେ ତାଙ୍କୁ ପଚରାଉଚରା କରିବ ଏନସିବି ।
ଏଥିସହ ପଢ଼ନ୍ତୁ: ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର
ରକୁଲ, କରିସ୍ମାଙ୍କ ବ୍ୟତୀତ ଧର୍ମା ପ୍ରଡକ୍ସନର କାର୍ଯ୍ୟକାରୀ ପ୍ରଯୋଜକ କ୍ଷୀତିଜ ରବିଙ୍କୁ ବି ଆଜି ଜେରା କରିପାରେ ନାରକୋଟିକ୍ସ କଣ୍ଚ୍ରୋଲ ବ୍ୟୁରୋ । ଗତକାଲି ତାଙ୍କ ଘରେ ରେଡ ହୋଇଥିଲା ଓ ଆଜି ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଡ୍ରଗ୍ସ ଲିଙ୍କରେ ଆସନ୍ତାକାଲି ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ ଓ ଶ୍ରଦ୍ଧା କପୁରଙ୍କୁ ପଚରାଉଚରା କରିବ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଗତକାଲି ଗୋଆରୁ ସାରା ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନ ମୁମ୍ବାଇ ଫେରିଛନ୍ତି ।
BREAKING NEWS
- ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା
- ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି
- ଶୋଇଥିବା ବେଳେ ଜଳିଗଲେ ବ୍ୟକ୍ତି, ଅଳ୍ପକେ ବର୍ତ୍ତିଲେ ପୁଅ
- ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲ ଓ ମେକ ଅପ୍ ବାବଦରେ ଖର୍ଚ୍ଚ ହେଲା ୪.୪୯ କୋଟି ଟଙ୍କା
- ପ୍ରଖର ସ୍ରୋତରେ ଭାସିଗଲେ ସ୍ୱାମୀ, ଗ୍ରାମବାସୀଙ୍କ ଉଦ୍ୟମରୁ ବଞ୍ଚିଗଲେ ପତ୍ନୀ
- ଭାରତ-ଚୀନ୍ ସମ୍ପର୍କରେ ସୁଧାର; LACରୁ ସୈନ୍ୟ ସଂଖ୍ୟା ହ୍ରାସ କଲା
- ପୁଣି ହର୍ମୁଜରେ ଆକ୍ରମଣ; ଅଶୋଧିତ ତୈଳ ମୂଲ୍ୟ ୩% ବୃଦ୍ଧି
- ଅହଙ୍କାର ଛାଡ଼ି କ୍ଷମା ମାଗିବାର ମହତ୍ତ୍ୱ: ଆଜିର ଯୁଗରେ ପ୍ରାସଙ୍ଗିକ ଗଣେଶ-ଚନ୍ଦ୍ରଙ୍କ ଏହି ପୌରାଣିକ କଥା
- ବାଲେଶ୍ୱର ଚାନ୍ଦିପୁରର ବିକଳ୍ପ ସାଜିବ ଜୁନପୁଟ: ପ୍ରତିରକ୍ଷା ମନ୍ତ୍ରଣାଳୟର ନୂଆ ପ୍ରକଳ୍ପକୁ ମିଳିଲା ଗ୍ରୀନ ସିଗ୍ନାଲ
- ପଶ୍ଚିମରୁ ଉପକୂଳ, ସବୁଠି ବର୍ଷା ଆଲର୍ଟ: ଗଣେଶ ପୂଜା ଓ ନୂଆଖାଇ ଉପରେ ଲଘୁଚାପ ବର୍ଷାର କଳାବାଦଲ

Comments are closed.