Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

ଅଗ୍ନିପଥ ଯୋଜନାକୁ ବିରୋଧ କରି ଭାରତବନ୍ଦ ଡାକରାରେ ଦିଲ୍ଲୀ ଜାମ୍ । ଟ୍ରେନ୍ ବାତିଲ ଯୋଗୁ ଷ୍ଟେସନରେ ହନ୍ତସନ୍ତ ଯାତ୍ରୀ। ହାଇଆଲର୍ଟରେ ଆରପିଏଫ ଓ ଜିଆରପି  ।  ଅଗ୍ନିବୀର ଅବସର ନେବା ପରେ ମହିନ୍ଦ୍ରା ଗ୍ରୁପରେ ନିଯୁକ୍ତି ସୁଯୋଗ  ।

ଟିଭି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା । ନୟାପଲ୍ଲୀ ଥାନା ଗଡ଼ସାହିରେ ରଶ୍ମି ଆତ୍ମହତ୍ୟା କରିଛନ୍ତି । ଘର ଭିତରୁ ନୟାପଲ୍ଲୀ ଥାନା ପୋଲିସ ଏକ ସୁଇସାଇଡିଆଲ ନୋଟ ଜବତ କରିଛି । ତାଙ୍କ ମୃତ୍ୟୁ ପାଇଁ ସେ କାହାରିକୁ ଦାୟୀ କରିନାହାନ୍ତି ।ଶେଷ ଥର ପାଇଁ ‘କେମିତି କହିବି କହ’ ସିରିଏଲରେ ନଜର ଆସିଥିଲେ ରଶ୍ମିରେଖା ।

ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ସୁରକ୍ଷା ମାଗିଲେ ବିଧାୟକ ବିଜୟଙ୍କ ପରିବାର। ହତ୍ୟା ଧମକର ଅଡ଼ିଓ ଭାଇରାଲ ପରେ ଘଟଣାରେ ନୂଆ ମୋଡ।

କାହାକୁ ଦିଆଯିବ ଝିଅର ଦାୟିତ୍ୱ । ଆଜି ନିଷ୍ପତ୍ତି । ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଦୁଇ ମାଆଙ୍କ ମଧ୍ୟରେ ଟଣାଓଟରା ମାମଲା। ଆଜି ସିଡବ୍ଲୁସିର ପୂର୍ଣ୍ଣାଙ୍ଗ ବେଞ୍ଚ ଝିଅର ଥଇଥାନ ନେଇ ନିଷ୍ପତ୍ତି ନେବେ ।

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର । ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଶ୍ରୀଅଙ୍ଗରେ  ଫୁଲୁରି ତେଲ ଲାଗି ହୋଇଛି  ।

ଫାଶରେ ଫସିଛି ବାଘ। ଅନୁଗୁଳ ସାତକୋଶିଆ ଅଭୟାରଣ୍ୟରେ ଶିକାରୀ ବିଛାଇଥିବା ଜାଲରେ ବାଘ ଫସିଥିବା ସୂଚନା। ବାଘ ଉଦ୍ଧାରପାଇଁ ଘଟଣାସ୍ଥଳକୁ ଗଲା ବନବିଭାଗ ଟିମ୍  ।  ‘ଅଗ୍ନିବୀର’ଙ୍କ ପାଇଁ ମହିନ୍ଦ୍ରା ଗ୍ରୁପର ବଡ ଘୋଷଣା । ନିଯୁକ୍ତି ଅଫର୍ ଦେଲେ ମାଲିକ ଆନନ୍ଦ ମହିନ୍ଦ୍ରା ।

ରାହୁଲଙ୍କୁ ଇଡିର ଚତୁର୍ଥ ରାଉଣ୍ତ ଜେରା । ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି  ।  ଆଜି ପୁଣି କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ  ।

ସାରା ରାଜ୍ୟକୁ ଛୁଇଁଲା ଦକ୍ଷିଣ -ପଶ୍ଚିମ ମୌସୁମୀ ବାୟୁ। ପ୍ରାକ୍ ମୌସୁମୀ ବର୍ଷା ପରେ ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ ବିଭାଗ

 ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଉଦ୍ଧାର । ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାରେ ସୋମବାର ପୋଲିସ ଗୋଟିଏ ପରିବାରର ୯ ଜଣଙ୍କ ମୃତଦେହ ଜବତ କରିଛି । ସନ୍ଦେହ କରାଯାଉଛି ପରିବାରର ସମସ୍ତ ସଦସ୍ୟ ଏକା ଥରକେ ଆତ୍ମହତ୍ୟା କରିଛନ୍ତି । ସାଙ୍ଗଲି ଜିଲ୍ଲାର ମହିସାଲ୍ ସ୍ଥିତ ଘରୁ ମିଳିଛି ସମସ୍ତଙ୍କ ମୃତଦେହ ।

ହିମାଚଳ ପ୍ରଦେଶର ପାରଓ୍ବାନୁଠାରେ ଆକାଶ ମାର୍ଗରେ ଅଟକିଲା କେବୁଲ କାର, ଫସି ରହିଛନ୍ତି ୧୧ ପର୍ଯ୍ୟଟକ ।  ଉଦ୍ଧାର କାର୍ଯ୍ୟ ଓ ତ୍ରୁଟି ସଜାଡ଼ିବାକୁ ଟିମ୍ବର ଟ୍ରେଲ ଅପରେଟର୍ସ ସଂସ୍ଥାର ବୈଷୟିକ ଟିମ । ଏପର୍ଯ୍ୟନ୍ତ ୩ ଉଦ୍ଧାର  । 

ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲରେ ଏନ୍‌କାଉଣ୍ଟର; ହାକ୍‌ ଫୋର୍ସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ। ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ । ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ସୁକମା  ଜଗରଗୁଣ୍ଡା ଅଞ୍ଚଳର ଜଣେ ମହିଳା ।Indian Army Issues Notification For Agniveer Recruitment

  • ସାଙ୍ଘାତିକ ହେବାରେ ଲାଗିଛି ଆସାମ ବନ୍ୟାସ୍ଥିତି। ଚାରିଆଡେ ଜଳପ୍ରଳୟର ଭୟାବହ ଚିତ୍ର । ବନ୍ୟା ପାଣିରେ ଉବୁଟୁବୁ ୩୩ ଜିଲ୍ଲା । ୪୨ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ବନ୍ୟାପାଣିରେ ଭାସିଯାଇ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ୧୧୭ ଦିନ ହେଲା ଯୁଦ୍ଧ  ଥମିବା ନାଁ ଧରୁନାହିଁ । ପୂର୍ବ ୟୁକ୍ରେନ୍‌ରେ  ନାଟୋ ମୁଖ୍ୟ ଜେନ୍‌ସ ଷ୍ଟୋଲ୍‌ଟେନ୍‌ବର୍ଗଙ୍କ  ସତର୍କବାଣୀ  । ଯୁଦ୍ଧ ସହଜେ ଥମିବ ନାହିଁ । ବର୍ଷ ବର୍ଷ ଧରି ଲାଗିରହିବ ।  ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଯୁଦ୍ଧରେ ୟୁକ୍ରେନ୍‌କୁ ସହାୟତା ଯୋଗାଇବା ଲାଗି ପ୍ରସ୍ତୁତ ହେବା ଉଚିତ ।

ସୋସିଆଲ ମିଡ଼ିଆରେ ଭାଇରାଲ ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର ଫଟୋ। ହାତରେ ଗଦା ଧରି ଇନଷ୍ଟାଗ୍ରମାରେ ସେୟାର କଲେ ଫଟୋ। ବ୍ୟାକଗ୍ରାଉଣ୍ଡରେ ହନୁମାନ ମନ୍ତ୍ର ଶୁଣି ପ୍ରଶଂସା କଲେ ଫ୍ୟାନ୍ସ।

ଖୁବଶୀଘ୍ର ବଡ଼ ପରଦାରେ ରିଲିଜ ହେବାକୁ ଯାଉଛି ବଲିଉଡ଼ ମୁଭି ସାବାସ୍ ମିଥୁ। କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ବାୟୋପିକରେ ତାପସୀ ପନ୍ନୁ। ଟ୍ରେଲର ରିଲିଜ ପରେ ଭାବପ୍ରବଣ ମିତାଲି।

 

Leave A Reply

Your email address will not be published.