Latest Odisha News

BREAKING NEWS

କୋହଲିଙ୍କ ବାୟୋପିକରେ ଅଭିନୟ କରିବା ନେଇ ରାମଚରଣ ଆଗ୍ରହୀ

ମୁମ୍ବାଇ: ଆରଆରଆର ଫିଲ୍ମର ସଫଳତା ପରେ ଦେଶ ବିଦେଶରେ ରାମଚରଣଙ୍କ ପ୍ରଶଂସକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ତାଙ୍କର ଆଗାମୀ ଫିଲ୍ମର ପ୍ରୋଜେକ୍ଟ ନେଇ ମଧ୍ୟ ପ୍ରଶଂସକମାନେ ବେଶ ଆଗ୍ରହୀ ଅଛନ୍ତି । ନିକଟରେ ସେ କ୍ରୀଡା ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବାକୁ ଚାହାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ । ଯେତେବେଳେ ତାଙ୍କୁ ପଚରାଗଲା ବିରାଟ କୋହଲିଙ୍କ ବାୟୋପିକ କେମିତ ହେବ ? ସେ ଏହାର ଉତରରେ କହିଥିଲେ ବହୁତ ଭଲ ହେବ । କୋହଲି ଜଣେ ମହାନ ବ୍ୟକ୍ତିତ୍ୱ ଆଉ ସବୁଠାରୁ ବଡ କଥା ମୁଁ ତାଙ୍କ ପରି ଦେଖାଯାଏ ବୋଲି ହସି କରି କହିଥିଲେ ।

ତାଙ୍କ ଜୀବନର ସଫଳତା, ରୋମାନ୍ସ ଓ ଖେଳପ୍ରତି ଉତ୍ସର୍ଗୀକୃତ ମନୋଭାବ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ବୋଲି ରାମଚରଣ କହିଥିଲେ । ନିକଟରେ କୋହଲି ମଧ୍ୟ ରାମଚରଣ ଅଭିନୀତ ଆରଆରଆର ଫିଲ୍ମର ନାଟୁ ନାଟୁ ଗୀତର ହୁକ ଷ୍ଟେପ କରୁଥିବା ଦେଖିବାକୁ ମିଳିଥିଲା । ତାଙ୍କର ଏହି ଡ୍ୟାନ୍ସକୁ ଦର୍ଶକମାନେ ବେଶ ପସନ୍ଦ କରିଥିଲେ ।

Leave A Reply

Your email address will not be published.