Latest Odisha News

BREAKING NEWS

ସଚିନ, ସେହ୍ୱାଗଙ୍କ ରେକର୍ଡ ସହ ସମକକ୍ଷ ହେଲେ କେନ ୱିଲିୟସନ

ୱେଲିଂଟନ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ କେନ ୱିଲିୟମସନ ଚଳିତ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିୟରର ଷଷ୍ଠ ଦ୍ୱିଶତକ ହାସଲ କରିଛନ୍ତ । ସେ ଏଥିସହ ମାର୍ଭଣ ଅଟ୍ଟାପଟ୍ଟୁ, ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଜାଭେଦ ମିଆଁଦାଦ, ୟୁନିସ ଖାଁ ଓ ରିକି ପଟିଂଙ୍କ ସହ ସମକକ୍ଷ ହୋଇଛନ୍ତି । ଟେଷ୍ଟ ଇତିହାସରେ ସର୍ବାଧିକ ଦ୍ୱିଶତକ ହାସଲ କରିଛନ୍ତି ସାର ଡନ ବ୍ରାଡମ୍ୟାନ । ସେ ମାତ୍ର ୫୨ ମ୍ୟାଚରେ ୧୨ ଥର ୨୦୦ରୁ ଅଧିକ ସ୍କୋର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୱିଲିୟମସନ ୨୮୫ ବଲର ସମ୍ମୁଖୀନ ହୋଇ ଦ୍ୱିଶତକ ହାସଲ କରିଥିଲେ । ସେ ତାଙ୍କ ୨୧୫ ରନର ଇନିଂସରେ ୨୩ ଚୌକା ଓ ୨ ଛକା ମାରିଥିଲେ । ଏହା ତାଙ୍କର ଚତୁର୍ଥ ସର୍ବାଧିକ ବ୍ୟକ୍ତିଗତ ସ୍କୋର । ୨୫୧ ୱିିଲିୟମସନଙ୍କ ସର୍ବାଧିକ ସ୍କୋର ରହିଛି ।

ନ୍ୟୁଜିଲାଣ୍ଡ ୪ ୱିକେଟ ବିନିମୟରେ ୫୮୦ ରନ କରି ଇନିଂସ ଘୋଷଣା କରିଥିଲା । ହେନେରୀ ନିକୋଲସ ୨୦୦ ରନ କରି ଅପରାଜିତ ରହିଥିଲେ । ଜବାବରେ ଶ୍ରୀଲଙ୍କା ୨ ୱିକେଟ ହରାଇ ୨୬ ରନ କରି ବିପଦରେ ପଡିଛି । ନ୍ୟୁଜିଲାଣ୍ଡ ଏବେ ବି ୫୫୪ ରନରେ ଅଗ୍ରଣୀ ରହିଛି ।

Leave A Reply

Your email address will not be published.