Latest Odisha News

BREAKING NEWS

ସ୍ୱପ୍ନର ଘର କିଣିଲେ ହ୍ରିତିକ୍‌; ଘରର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ସ୍ୱପ୍ନର ଘରକୁ ଅପେକ୍ଷା କରିଥିବା ହ୍ରିତିକ ୯୭.୫୦ କୋଟି ଟଙ୍କା ଦେଇ ଏହି ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ, ହ୍ରିତିକ ସର୍ବଦା ସି ଫେସିଙ୍ଗ୍‌ ଭ୍ୟୁି ଆପାର୍ଟମେଣ୍ଟ ଚାହୁଁଥିଲେ। ଏତେ ଦିନ ପରେ ତାଙ୍କର ଏବଂ ସ୍ୱପ୍ନ ପୂରା ହୋଇଥିବା ଜଣାପଡ଼ୁଛି।
ଜୁହୁ-ଭର୍ସୋଭା ଲିଙ୍କ୍ ରୋଡ୍‌ରେ ନିଆଯାଇଥିବା ଏହି ଦୁଇଟି ଆପାର୍ଟମେଣ୍ଟ ୩୮ ହଜାର ବର୍ଗଫୁଟ ଉପରେ ପ୍ରସାରିତ ହୋଇ ରହିଛି। ହ୍ରିତିକ୍‌ଙ୍କ ଉଭୟ ଆପାର୍ଟମେଣ୍ଟ ବିଲ୍ଡିଂର ୧୪, ୧୫ ଏବଂ ୧୬ ମହଲାରେ ରହିଛି। ଏହାସହିତ ୬୫୦୦ ବର୍ଗଫୁଟର ଖୋଲା ଛାତ ମଧ୍ୟ ରହିଛି। ତେବେ କୋଠାର ନାମ ହେଉଛି ମନତ୍‌।

ସୂଚନା ଅନୁଯାୟୀ ଏଥିରେ ସ୍ୱତନ୍ତ୍ର ଲିଫ୍ଟ ବ୍ୟତୀତ ୧୦ ଟି ପାର୍କିଂ ସ୍ଥାନ ମଧ୍ୟ ହେବାକୁ ଯାଉଛି। ତେବେ ଏହି ଆପାର୍ଟମେଣ୍ଟ କିଣିବା ପୂର୍ବରୁ ଏହାର ପ୍ରତିଟି ସୁବିଧାର ସମ୍ପୂର୍ଣ୍ଣ ଧ୍ୟାନ ରଖିଥିଲେ ହ୍ରିତିକ୍‌।

Leave A Reply

Your email address will not be published.