Latest Odisha News

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ କେଉଁ ରାଜ୍ୟରୁ କେଉଁ ସବୁ ସାମଗ୍ରୀ ଆସିଛି ତାର ବିବରଣୀ ଦେଲେ ଚମ୍ପତ୍ତ ରାୟ

ଅଯୋଧ୍ୟା: ଆଜି ଭବ୍ୟ ଆୟୋଜନ ସହ ଅଯୋଧ୍ୟାରେ ରାମ ମନ୍ଦିରର ଗର୍ଭ ଗୃହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ଯଜମାନ ଭାବରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଆସିଥିବା ଅବଦାନ ବିଷୟରେ ସେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ରାମ ମନ୍ଦିର ପାଇଁ ଦେଶର ବିଭିନ୍ନ ସ୍ଥାନରୁ ଦୁଇ ହାତରେ ଦାନ କରାଯାଇଛି । ଦେଶର ଏପରି କୌଣସି କୋଣ ନାହିଁ ଯେଉଁଠାରୁ ପ୍ରଭୁ ରାମଙ୍କ ପାଇଁ କୌଣସି ଉପହାର ଆସିନାହିଁ । ସେ କହିଛନ୍ତି ମନ୍ଦିର ପାଇଁ କାସଗଞ୍ଜରୁ ଘଣ୍ଟା ଏବଂ ତଳେ ପଡିଥିବା ପାଉଁଶ ରାଏ ବରେଲିରୁ ଆସିଛି । ମଧ୍ୟପ୍ରଦେଶର ଛତ୍ରପୁରରୁ ଗୋଡି ଆସିଥିବାବେଳେ ତେଲେଙ୍ଗାନାରୁ ଗ୍ରାନାଇଟ୍ ଆସିଛି ।

ମନ୍ଦିରର ପଥର ଗୁଡ଼ିକ ରାଜସ୍ଥନର ଭରତପୁରରୁ ଆସିଥିବାବେଳେ, ରାଜସ୍ଥାନର ମାକ୍ରାନାରୁ ମାର୍ବଲ ଆସିଛି । ରାମ ମନ୍ଦିରର ଦ୍ୱାରର କାଠ ମହାରାଷ୍ଟ୍ରରୁ ଆସିଛି ଏଥିରେ ସୁନା ଓ ହୀରା କାମ ମୁମ୍ବାଇର ଜଣେ ବ୍ୟବସାୟୀ କରିଛନ୍ତି । ସେ କହିଛନ୍ତି ଯେ କାଠ କାମ କରିଥିବା କାରିଗରମାନେ ତାମିଲନାଡୁର କନ୍ୟାକୁମାରୀରୁ ଆସିଛନ୍ତି । ଏଥିସହିତ ପ୍ରଭୁଙ୍କ ପୋଷାକ ଦିଲ୍ଲୀର ଜଣେ ଯୁବକ ପ୍ରସ୍ତୁତ କରିଛନ୍ତି । ପ୍ରଭୁଙ୍କ ଅଳଙ୍କାର ଲକ୍ଷ୍ନୌରୁ ନିର୍ମିତ ହୋଇଛି ।

ଚମ୍ପତ ରାୟ କହିଛନ୍ତି ଯେ, ରାମଲଲାଙ୍କ ମୂର୍ତ୍ତିର ପଥର କର୍ଣ୍ଣାଟକରୁ ଆସିଛି । ଏହାକୁ ତିଆରି କରିଥିବା ଅରୁଣ ଯୋଗୀରାଜ ମଧ୍ୟ କର୍ଣ୍ଣାଟକର ଅଟନ୍ତି । ତାଙ୍କୁ ମାତ୍ର 41 ବର୍ଷ । ଏହାପୂର୍ବରୁ ସେ ଇଣ୍ଡିଆ ଗେଟ୍ ରେ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଡିଜାଇନ୍ କରିଥିଲେ । ଚମ୍ପତ ରାୟ ଏହା ମଧ୍ୟ କହିଛନ୍ତି ଯେ ରାଜସ୍ଥାନରେ ପ୍ରଭୁ ରାମଙ୍କ ଅଳଙ୍କାର ଖୋଦିତ ହୋଇଛି ।

ଏହା ସହ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଦେଶର କୋଣ ଅନୁକୋଣରୁ ଏନେକ ସାମଗ୍ରୀ ଆସି ପହଞ୍ଚିଛି, ଯେପରି, ବିହାରରୁ 17 କେଜି ଓଜନ ସୁନା ର ଘୋଡା । ୨୪୦୦ କିଲୋଗ୍ରାମର ଏକ ଘଣ୍ଟି ଯାହା ମନ୍ଦିରରେ ଲାଗିଛି । ୧୦୮ ଫୁଟ ଲମ୍ବାର ଏକ ଧୂପ କାଠି । ଏହିପରି ଅନେକ ସ୍ଥାନରୁ ବହୁ ଜିନିଷ ଆସି ପହଞ୍ଚିଛି ।

Comments are closed.