Latest Odisha News

BREAKING NEWS

ୱାର୍ଲଡ୍ ରେକର୍ଡ କଲା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ଅଯୋଧ୍ୟା: ଆଉ ଏକ କୀର୍ତ୍ତିମାନ ଅର୍ଜନ କରିଛନ୍ତି ଓଡ଼ିଶାର ଖ୍ୟାତନାମା ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଭବ୍ୟ ରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତ କରିଥିବା ବାଲୁକାକଳା ବିଶ୍ୱ ରେକର୍ଡ ଅର୍ଜନ କରିଛି । ୱାର୍ଲଡ୍ ରେକର୍ଡ ବୁକ୍ ଅଫ୍ ଇଣ୍ଡିଆ ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ରେକର୍ଡ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତାଙ୍କୁ ଭେଟିବା ସହ ଶୁଭେଛା ଜଣାଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ୫୦୦ ମିନିଚର୍ ବ୍ୟବହାର କରି ଭଗବାନ ଶ୍ରୀରାମଙ୍କ ୨୩ ଫୁଟର ବାଲୁକା କଳା ପ୍ରସ୍ତୁତ କରିଥିଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଅଯୋଧ୍ୟାରେ ସେ ଏହି ବାଲୁକା କଳାଟିକୁ ରୂପ ଦେଇଥିଲେ । ୫୦୦ ବର୍ଷପରେ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ସହ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେଉଥିବାରୁ ଏହାକୁ ସ୍ମରଣୀୟ  କରିବା ପାଇଁ ଏହି ବାଲୁକା କଳାଟିରେ ରାମ ମନ୍ଦିରର ଛୋଟ ବଡ଼ ପ୍ରାୟ ୫୦୦ ମିନିଚରକୁ ବ୍ୟବହାର କରିଥିଲେ ସୁଦର୍ଶନ ।

ଭଗବାନ ରାମଙ୍କ ପ୍ରତିମୂର୍ତ୍ତି ସହ ରାମ ମିନିଚର ଗୁଡ଼ିକ ବ୍ୟବହାର କରି ମନ୍ଦିରର ଅବିକଳ ଢାଞ୍ଚାକୁ ଏହି ବାଲୁକାକଳାରେ ସେ ସ୍ଥାନ ଦେଇଥିଲେ । ଏହି ବାଲୁକାକଳାର ସବୁଠାରୁ ଖାସ୍ କଥା ଥିଲା, ଏହି ବାଲୁକାକଳାଟିର ଦକ୍ଷିଣ ପାର୍ଶ୍ୱରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରୀରାମଙ୍କ ଉପାସନାରେ ମଗ୍ନ ରହି ଯୋଡ ହସ୍ତର ଏକ ଚିତ୍ର ଓ ଅନ୍ୟ ପାର୍ଶ୍ବରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ଯୋଡ ହସ୍ତର ଚିତ୍ର ବାଲୁକାକଳାର ଶୋଭା ଦ୍ଵିଗୁଣିତ କରୁଥିଲା । ବାଲୁକା ଶିଳ୍ପୀ ସୁଦର୍ଶନଙ୍କ ସହ ପୁରୀରୁ ଯାଇଥିବା ତାଙ୍କର ୮ ଜଣ ଛାତ୍ର ମିଶି ଏହି ବାଲୁକାକଳାଟି କୁ ପ୍ରସ୍ତୁତ କରିଥିବା ବେଳେ ବାଲୁକା କଳାଟି ପାଇଁ ଦୁଇଦିନ ସମୟ ଲାଗିଥିଲା ।

 

Leave A Reply

Your email address will not be published.