Latest Odisha News

BREAKING NEWS

ଚୀନର ୭ ବିମାନ ବନ୍ଦର ଉପରେ ଭାରତର କଡା ନଜର

ନୂଆଦିଲ୍ଲୀ: ଭାରତ-ଚୀନ ମଧ୍ୟରେ ଉପୁଜିଥିବା ବିବାଦର ଏ ପର୍ଯ୍ୟନ୍ତ କୌଣସି ସମାଧାନ ବାହାରି ନାହିଁ । ଉଭୟ ଦେଶ ଛକା ପଞ୍ଝା ସ୍ଥିତିରେ ରହିଛନ୍ତି । ପଛରୁ ଛୁରୀ ଭୂଷିବା ଚୀନର ପ୍ରକୃତି ଥିବାରୁ ଭାରତୀୟ ସେନା ସତର୍କ ରହିଛନ୍ତି । ଏହା ବ୍ୟତୀତ ଭାରତ ନିକଟରେ ଥିବା ଚୀନର ୭ ବିମାନ ବନ୍ଦର ଉପରେ କଡା ନଜର ରଖାଯାଇଛି ।

ହୋତାନ, ଗୁର ଗୁଂସା, କାଶାଗାର, ହପିଙ୍ଗ,କୋଂକା ଜାଙ୍ଗ, ଲିଂଝି ଓ ପଙ୍ଗତ ବିମାନ ବନ୍ଦରରେ ଚୀନ ସେନା ଚଳ ଚଂଚଳ ଅଛନ୍ତି । ଇତି ମଧ୍ୟରେ ବିମାନ ବନ୍ଦରଗୁଡିକରେ ସ୍ଥାୟୀ ଶେଲଟର, ରନୱେ ନିର୍ମାଣ କରିବା ସହ ଅତିରିକ୍ତ ସେନା ନିୟୋଜିତ କରିଛି । ଲଦାଖ ନିକଟରେ ଚୀନ ଜେ ସିରିଜର ବିମାନ ନିୟୋଜିତ କରିଛି । ଏହାକୁ ଦେଖି ଭାରତ ସୁଖୋଇ-୩୦ ଏମକେଆଇ, ମିଗ-୨୯ ଓ ମିରାଜ-୨୦୦୦ ବିମାନ ଫରୱାର୍ଡ ବେସରେ ନିୟୋଜିତ କରିଛି ।

Leave A Reply

Your email address will not be published.