Latest Odisha News

BREAKING NEWS

ପଞ୍ଚତତ୍ୱରେ ବିଲିନ ହେଲା ରାମବିଳାସ ପାଶୱାନଙ୍କ ପାର୍ଥୀବ ଶରୀର

ପାଟନା: ଏଲଜିପି ପ୍ରମୁଖ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନଙ୍କୁ ଶନିବାର ଦିନ ପାଟନାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ବିଦାୟ ଦିଆଯାଇଛି । ପୁଅ ଚିରାଗ ପାଶୱାନ ତାଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଗତ ଗୁରୁବାର ଦିନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଥିଲା । ସୂଚନାନୁଯାୟୀ ନିକଟ ଅତୀତରେ ତାଙ୍କର ହାର୍ଟ ସର୍ଜରୀ କରାଯାଇଥିଲା ।

ପାଟନାର ଦୀଘା ଅଞ୍ଚଳ ସ୍ଥିତ ଜନାର୍ଦନ ଘାଟରେ ସ୍ୱର୍ଗତ ପାଶୱାନଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବହୁ ବରିଷ୍ଠ ରାଜନେତା ମାନେ ଉପସ୍ଥିତ ରହିଥିଲେ ।

ଅଧିକ ପଢନ୍ତୁ- ଆସନ୍ତୁ ଜାଣିବା ଭାରତୀୟ ରାଜନୀତିର ମୌସୁମୀ ବିଶେଷଜ୍ଞ ଭାବେ ପରିଚିତ ରାମବିଳାସଙ୍କ ସମ୍ପର୍କରେ

ଏହା ବ୍ୟତିତ ମୁଖ୍ୟମନ୍ତ୍ରୀ ନିତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପ୍ରମୁଖ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଅଧିକ ପଢନ୍ତୁ- କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶୱାନ ହସ୍ପିଟାଲରେ ଭର୍ତ୍ତି

Leave A Reply

Your email address will not be published.