Latest Odisha News

ଆଦିପୁୁରୁଷକୁ ନେଇ ମୁହଁ ଖୋଲିଲେ ପ୍ରେମ ସାଗର:ରାବଣଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଇଛି

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଓମ୍ ରାଉତଙ୍କ ଏହି ଫିଲ୍ମରେ ରାମାୟଣ ଓ ପ୍ରଭୁ ରାମଙ୍କୁ ଅପମାନିତ କରାଯିବା ସହ ଏହା ହିନ୍ଦୁଙ୍କ ଭାବାବେଗକୁ ଆଘାତ କରିଛି ବୋଲି ଅଭିଯୋଗ ହୋଇଛି । ଫିଲ୍ମରେ ରାମାୟଣକୁ ପରିହାସ କରାଯାଇଛି । ଏଭଳି ଅଭିଯୋଗ ଆଣି ହିନ୍ଦୁ ସେନାର ଜାତୀୟ ସଭାପତି ବିଷ୍ଣୁ ଗୁପ୍ତା ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି । ଏଥିସହିତ ସିନେ ସମୀକ୍ଷକ,ତାରକା ଓ ଲୋକମାନେ ଫିଲ୍ମର ଦୃଶ୍ୟ ଓ ସଂଳାପକୁ ନେଇ ପ୍ରତିକ୍ରିୟା ରଖିଥିବା ବେଳେ ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ମଧ୍ୟ ନିଜର ମତ ରଖିଛନ୍ତି ।

‘ରାମାୟଣ’ର ଭୁଲ ବ୍ୟାଖ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରେମ ସାଗର । ସେ କହିଛନ୍ତି ଯେ, ବାପା ରାମାନନ୍ଦ ସାଗର ରାମାୟଣ ପ୍ରସ୍ତୁତ କରିଥିବା ବେଳେ ସୃଜନଶୀଳ ସ୍ୱାଧୀନତା ରକ୍ଷା କରିଥିଲେ । ରାମଙ୍କୁ ଭଗବାନ ପରି ଦେଖିଥିଲେ । ଅନେକ ଗ୍ରନ୍ଥ ପଢିବା ପରେ, ସେ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଥିଲେ । କିନ୍ତ ତଥ୍ୟକୁ ଖଣ୍ଡନ କରିବାକୁ ଚେଷ୍ଟା କରି ନ ଥିଲେ । କିନ୍ତୁ ଆଦିପୁରୁଷରେ ସମ୍ପୂର୍ଣ୍ଣ ବଦଳିଯାଇଛି ।

ସେ ଆହୁରି କହିଛନ୍ତି ଯେ, ରାମାୟଣରେ ରାବଣ ଜଣେ ବିଦ୍ୱାନ ତଥା ଜ୍ଞାନୀ ବ୍ୟକ୍ତି ଥିଲେ । ତାଙ୍କୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇଛି । ଅଭିନେତା ସୈଫ ଅଲ୍ଲୀ ଖାନ୍ ରାବଣ ଚରିତ୍ରରେ ନଜର ଆସିଛନ୍ତି । କିନ୍ତୁ ତାଙ୍କର ଦାଢ଼ି ଥିବା ଦୃଶ୍ୟ ଏବଂ ତାଙ୍କ ମୁଖମଣ୍ଡଳ ଅତ୍ୟନ୍ତ କଦର୍ଯ୍ୟ ଦେଖାଯାଉଛି । ହିନ୍ଦୁ ବ୍ରାହ୍ମଣ ରାବଣଙ୍କ ଏଭଳି ଚିତ୍ରଣ ହିନ୍ଦୁ ସଭ୍ୟତା ପ୍ରତି ଅପମାନ ।

Comments are closed.