Latest Odisha News

BREAKING NEWS

ବାଥ୍‌ରୁମ ସାୱାର ଉପରେ ବସିଥିଲା ବିରାଟକାୟ ଅଜଗର

ଅଷ୍ଟ୍ରେଲିଆ: ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ ପୋଷାକ, ଜୋତା, ଆଲମାରୀ, ଘରର କୋଣରେ ସାପ ପଶି ରହିଯିବାର ନଜିର ଅଛି । କେତେକ କ୍ଷେତ୍ରରେ ସାପ ବଂଶର ବିସ୍ତାର ହୋଇଥାଏ ମାଟି ଘର ଭିତରେ । ନିକଟରେ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତିଙ୍କ ଘର ବାଥ୍‌ରୁମ ସାୱାରରେ ଏକ ବିରାଟ ଅଜଗର ସାପ ଥିବା ନଜର ଆସିଛି । ଏହାକୁ ଦେଖିବା ପରେ ତାଙ୍କ ଘର ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

BjdElectrycity

ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡରେ ଜଣେ ବ୍ୟକ୍ତି ତାଙ୍କ ବାଥରୁମ୍‌କୁ ଯିବା ମାତ୍ରେ ଦେଖିଲେ ଏକ ଅଜଗର ସାପ ସାୱାର ଉପରେ ବସିଛି । ସାପ ଏତେ ବଡ଼ ଥିଲା ଯେ, ତାକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସଙ୍ଗେ ସଙ୍ଗେ ସ୍ନେକ୍ସ ହେଲପ ଲାଇନକୁ ଖବର ଦେଲେ । ଖବରପାଇ ସ୍ନେକ୍ସ ହେଲପ୍ ଲାଇନ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଏହି ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ତାକୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ସାପଟିର ଲମ୍ବ ୬ ଫୁଟ୍ ଥିବା ବେଳେ ଓଜନ ୧୦ କିଲୋରୁ ଅଧିକ ଥିଲା ।

ଅଷ୍ଟ୍ରେଲିଆର ଶୀତରୁ ରକ୍ଷା ପାଇବା ପାଇଁ ସାପ ବାଥରୁମ୍‌ରେ ବସିଥିଲା । ସାପଟି ଛାତ ଦେଇ ଘର ଭିତରକୁ ଆସିଥିବା ଜଣାପଡ଼ିଛି । ଏହା ବିଷାକ୍ତ ନୁହେଁ । ଘରେ ପ୍ରବେଶ କରୁଥିବା ସାପ ଅଷ୍ଟ୍ରେଲିଆର ଲୋକଙ୍କ ପାଇଁ ନୂଆ କଥା ନୁହେଁ । ଏହାପୂର୍ବରୁ ଅଷ୍ଟ୍ରେଲିଆରୁ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଛି । ଯେଉଁଥିରେ ସାପଗୁଡ଼ିକ ଲୋକଙ୍କ ଘରେ ପ୍ରବେଶ କରୁଥିବା ଦେଖାଯାଇଛି ।

Leave A Reply

Your email address will not be published.