ନୂଆଦିଲ୍ଲୀ: ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ଗାଥା ରାମାୟଣ ପୁଣି ଥରେ ଖୁବସୀଘ୍ର ଟିଭି ପରଦରେ ଦେଖିବାର ସୁଯୋଗ ମିଳିବ । ଆସନ୍ତା ଗୁରୁବାରଠାରୁ କଲର୍ସ ଚ୍ୟାନେଲରେ ଏହାର ପ୍ରସାରଣ ହେବ । କରୋନା ସଙ୍କଟ ଭିତରେ ଏବେ ଦେଶର ବିଭିନ୍ନ ରାଜ୍ୟରେ ଲକଡାଉନ୍ ଓ କରୋନା କର୍ଫ୍ୟୁ ଲାଗିଛି । ସମସ୍ତେ ଘରେ ଅଛନ୍ତି । ଏଭଳି ସମୟରେ ପୁଣି ଥରେ ଟିଭି ପରଦାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ କାଥା ଦେଖିବାକୁ ମିଳିବ ।
୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ରାମାୟଣ । ଗତବର୍ଷ ଲକଡାଉନ୍ ବେଳେ ଏହାର ପ୍ରସାରଣ ହୋଇଥିଲା । ଏତେବର୍ଷ ପରେ ପୁନଃ ପ୍ରସାରଣ ସହ ଲୋକପ୍ରିୟତାର ଅନେକ ରେକର୍ଡ କରିଥିଲା ରାମାୟଣ । କିନ୍ତୁ ସେତେବେଳେ ଏପିସୋଡରେ କିଛି କାଣ୍ଟଛାଣ୍ଟ କରାଯାଇଥିଲା । ତିନି ଦଶନ୍ଧି ପରେ ବି ରାମାନନ୍ଦ ସାଗରଙ୍କ ରାମାୟଣକୁ ଦେଖିବା ପାଇଁ ପସନ୍ଦ କରୁଛନ୍ତି ଲୋକ ।
ରାମାୟଣ ଗାଥାର କଳାକାରମାନେ ସାରା ଭାରତରେ ବେଶ ଲୋକପ୍ରିୟ । ଅରୁଣ ଗୋଭିଲ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ବେଳେ ସୀତା ଠାକୁରାଣୀ ଭୂମିକାରେ ନଜର ଆସିଥିଲେ ଦୀପିକା ଚିଖଲିୟା । ସୁନୀଲ ଲହରି ଲକ୍ଷ୍ଣଣ ଓ ଅରବିନ୍ଦ ତ୍ରିବେଦୀ ହନୁମାନ ଚରିତ୍ରରେ ଅଭିନୟ କରିଥିଲେ ।
Comments are closed.