Latest Odisha News

BREAKING NEWS

ଭାରତରେ ବ୍ୟବହାର ହେବ ବ୍ରିଟେନ୍ ପଠାଯିବାକୁ ଥିବା ୫୦ ଲକ୍ଷ ‘କୋଭିସିଲ୍ଡ’

ନୂଆଦିଲ୍ଲୀ: ବ୍ରିଟେନ୍ ପଠାଯିବାକୁ ଥିବା ‘କୋଭିସିଲ୍ଡ’ ଭ୍ୟାକ୍ସିନର ୫୦ ଲକ୍ଷ ଡୋଜର ବ୍ୟବହାର ଭାରତ କରାଯିବ । ଏହି ଡୋଜକୁ ଦେଶର ୨୧ ରାଜ୍ୟର ଓ କେନ୍ଦ୍ରଶାସିତ ଅଞ୍ଚଳରେ ୧୮ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଛି । ପୂର୍ବରୁ ଏହି ଡୋଜକୁ ସେରମ ଇନଷ୍ଟିଚ୍ୟୁଟ୍ ବ୍ରିଟେନ୍ ପଠାଇବାର ଥିଲା ।

ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି କୋଭିସିଲ୍ଡର ୫୦ ଲକ୍ଷ ଡୋଜ୍ ବ୍ରିଟେନକୁ ରପ୍ତାନୀ ନେଇ ମାର୍ଚ୍ଚ ୨୩ରେ ଅନୁମତି ମାଗିଥିଲା । ଆଷ୍ଟ୍ରଜେନକା ସହିତ ଏନେଇ ଚୁକ୍ତି ହୋଇଥିବା ସେରମ ପକ୍ଷରୁ କୁହାଯାଇଥିଲା । ଏଥିସହ ଏହି ରପ୍ତାନୀ ଦ୍ୱାରା ଦେଶରେ ଟିକାକରଣ ପ୍ରଭାବିତ ହେବନାହିଁ ବୋଲି କମ୍ପାନୀ କହିଥିଲା । ଏବେ ଉକ୍ତ ଭ୍ୟାକ୍ସିନ୍ ଦେଶରେ ବ୍ୟବହାର ନେଇ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟଗୁଡ଼ିକୁ କମ୍ପାନୀ ସହ ସମ୍ପର୍କ କରି ଭ୍ୟାକ୍ସିନ୍ ତୁରନ୍ତ କିଣିବାକୁ କହିଛି । କେତେକ ରାଜ୍ୟ ସାଢ଼େ ୩ ଲକ୍ଷ ଭ୍ୟାକ୍ସିନ୍ ମିଳିଥିବା ବେଳେ ଆଉ କିଛି ରାଜ୍ୟକୁ ୧ ଲକ୍ଷ ଡୋଜ୍ ମିଳିଛି । ୨ଟି ରାଜ୍ୟକୁ ୫୦ ରଜାର ଡୋଜ୍ ଭ୍ୟାକ୍ସିନ୍ ମିଳିଛି । ତେବେ ଏହି ଟିକାରେ କୋଭିସିଲ୍ଡ ପରିବର୍ତ୍ତେ କୋଭିଡ୍-୧୯ ଭ୍ୟାକ୍ସିନ୍ ଆଷ୍ଟ୍ରଜେନକା ଷ୍ଟିକର ରହିଛି ।

Leave A Reply

Your email address will not be published.