Latest Odisha News

ଖୁବ୍ ଶୀଘ୍ର ଗଡିବ ରାମାୟଣ ଏକ୍ସପ୍ରେସ୍: ଟ୍ରେନ ଭିତରେ ବାଜିବ କୀର୍ତନ

ନୂଆଦିଲ୍ଲୀ:ଆଇଆରସିଟି ହୋଲି ପର୍ବ ପରେ ରାମାୟଣ ଏକ୍ସପ୍ରେସ୍ ନାମକ ଟ୍ରେନ ଚଳାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ଟ୍ରେନ ଭିତର ଓ ବାହାରେ ରାମାୟଣ ଘଟଣା ଉପରେ ଆଧାରିତ ବିଭିନ୍ନ ଚିତ୍ର ରହିବ । ଏହା ବ୍ୟତୀତ ଭକ୍ତିମୟ ପରିବେଶ ପାଇଁ ଏହା ମଧ୍ୟରେ ଭଜନ ଓ କୀର୍ତନ ବାଜିବ । ଭଗବାନ ରାମଙ୍କ ସହ ଜଡିତ ତୀର୍ଥସ୍ଥାନ ଦେଇ ଏହି ଟ୍ରେନ ଚଳାଚଳ କରିବ ।

ରିପୋର୍ଟ ଚୂଡାନ୍ତ ହୋଇ ନ ଥିଲେ ମଧ୍ୟ ମାର୍ଚ୍ଚ ୧୦ ପରେ ଏହି ଟ୍ରେନ ଚାଲିବ । ୧୪ ନଭେମ୍ବରରୁ ଏ ନେଇ କାର୍ଯ୍ୟ ଚାଲିଛି । ଟ୍ରେନରେ ୮୦୦ ଯାତ୍ରୀ ଯାତ୍ରା କରିପାରିବେ ।

Leave A Reply

Your email address will not be published.