Latest Odisha News

ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା

ପୁରୀ: ଶ୍ରୀମନ୍ଦିରରେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା। ଦିବ୍ୟାଙ୍ଗ ଶ୍ରଦ୍ଧାଳୁମାନେ କିପରି ଜଗନ୍ନାଥଙ୍କ ଦର୍ଶନ କରିପାରିବେ ସେନେଇ ବ୍ୟବସ୍ଥା କରାଯାଉଛି। ସ୍ୱତନ୍ତ୍ର ରାମ୍ପ ନିର୍ମାଣ ହେଉଛି। ଉତ୍ତର ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ। ଦଶରୁ ଅଧିକ ହୁଇଲ ଚେୟାରର ବ୍ୟବସ୍ଥା କରାଯାଇଛି। ୱାଇବିପି ସ୍ୱେଚ୍ଛାସେବୀମାନେ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ଦର୍ଶନ କରାଇବେ।

ସେବାୟତ ଓ ଶ୍ରୀ ମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହେଉଛି ଡ୍ରେସ କୋଡ଼। ନୀତିକାନ୍ତି ସହ ଜଡ଼ିତ ନିର୍ଦ୍ଧିଷ୍ଟ କର୍ମଚାରୀମାନେ ନିର୍ଦ୍ଧିଷ୍ଟ ରଙ୍ଗର ପାରମ୍ପରିକ ପୋଷାକ ପିନ୍ଧି ଗର୍ଭଗୃହକୁ ପ୍ରବେଶ କରିବେ। ସେବାୟତମାନେ ପାରମ୍ପରିକ ପୋଷାକ ପିନ୍ଧି ନୀତି କରିବେ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ।

ଡ୍ରେସକୋଡ଼ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳଙ୍କ ଦର୍ଶନ ବ୍ୟବସ୍ଥା ନେଇ ଗାଇଡ଼ଲାଇନ ଆସିବ। ଆସନ୍ତା ୨ତାରିଖରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ। ଏଥିରେ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

Comments are closed.