ଭୁବନେଶ୍ୱର : ବାହୁବଲୀର ଭଲାଲ ଦେବଙ୍କର ଆଜି ହଲଦୀ ଶେଷ ହୋଇଛି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହଁ ଭଲାଲ ଦେବ ମାନେ ରାଣା ଦଗୁବତୀଙ୍କ ଆଜି ହଲଦୀ ହୋଇଥିବା ବେଳେ ବିବାହ ଆସନ୍ତାକାଲି ଅନୁଷ୍ଠିତ ହେବ । ମିହିକା ବଜାଜ୍ ବନିବେ ତାଙ୍କ ଦୁଲହନ । ଆଜି ଦୁହିଁଙ୍କ ହଲଦୀ ସେରିମନିର ଫଟୋ ରାଣା ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ଲେଖିଛନ୍ତି ‘ଜୀବନ ଖୁସିର ସହ ଆଗକୁ ବଢିଚାଲିଛି’ ।
And life moves fwd in smiles
Thank you
pic.twitter.com/HYLUNel1E9
— Rana Daggubati (@RanaDaggubati) August 6, 2020
ଫଟୋରେ ରାଣା ପାରମ୍ପରିକ ବେଶଭୂଶା ସହ ବେଶ୍ ଖୁସି ଲାଗୁଛନ୍ତି । ମିହିକା ମଧ୍ୟ ହଳଦିଆର ଏକ ଲେହଙ୍ଗା ପିନ୍ଧିଛନ୍ତି । ଦୁହିଁଙ୍କର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ପରେ ବହୁ ସଂଖ୍ୟାରେ ଫ୍ୟାନ ଶୁଭେଚ୍ଛା ଜଣାଉଛନ୍ତି ।
ଆସନ୍ତାକାଲି ହାଇଦ୍ରାବାଦର ରାମାନାଇଡୁ ଷ୍ଟୁଡିଓରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି । କରୋନା କଟକଣା ଥିବାରୁ ମାତ୍ର ୩୦ ଜଣଙ୍କ ଉପସ୍ଥିତିରେ ବିବାହ ଅନୁଷ୍ଠିତ ହେବ ।
Comments are closed.