Latest Odisha News

BREAKING NEWS

ଶେଷ ହେଲା ଗୁଣ୍ଡିଚା ଯାତ୍ରା, ସାଧୁବାଦ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ସରିଲା ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା । ଆଇନ ଶୃଙ୍ଖଳାର ସହ ଠିକ ସମୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ବିଶେଷକରି ପୁରୀ ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ପୋଲିସ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗକୁ ନବୀନ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ପୁରୀର ଜନସାଧାରଣଙ୍କୁ ସେମାନଙ୍କ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ସାଧୁବାଦ ଦେଇଛନ୍ତି ।

ଆଜି କରୋନା କଟକଣା ଭିତରେ ଶ୍ରୀଜିଉଙ୍କ ରଥଯାତ୍ରା ପାଳନ ହୋଇଛି । ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେଠାରୁ ଆରମ୍ଭ କରି ରଥଟଣା ନୀତି ସବୁ କିଛି ସଠିକ୍ ସମୟରେ ହୋଇଛି ।

ଆଜି ଧାର୍ଯ୍ୟ ସମୟ ଅନୁଯାୟୀ ସକାଳ ୭ଟାରୁ ପହଣ୍ଡି ହୋଇଥିଲା। ଦିନ ୧୦ଟା ସୁଦ୍ଧା ଚତୁର୍ଦ୍ଧିମୂର୍ତ୍ତି ରଥରେ ବିଜେ କରିସାରିଥିଲେ। ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥରେ ଛେରାପହଁରା କରିଥିଲେ। ଏହାପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବା ସହ ରଥଟଣା ଆରମ୍ଭ ହୋଇଥିଲା।

Leave A Reply

Your email address will not be published.