Latest Odisha News

BREAKING NEWS

ସାଇ ପଲ୍ଲବୀ ରାମାୟଣ ଫିଲ୍ମ ପାଇଁ ନେବେ ୧୦ କୋଟି

ନୂଆଦିଲ୍ଲୀ: ଏବେ ସାଉଥ୍ ଷ୍ଟାର କେବଳ ନିଜ ରାଜ୍ୟରେ ନୁହଁ ବଲିଉଡ ଷ୍ଟାରଙ୍କ ସହ ମିଶି କାମ କରିବା ଆରମ୍ଭ କରିଛନ୍ତି।ଯାହା ଫଳରେ ବଲିଉଡ ତାରକାମାନେ ସାଉଥ୍ ଫିଲ୍ମରେ କାମ କରୁଥିବା ବେଳେ ଟଲିଉଡ ତାରକାମାନେ ବଲିଉଡରେ କାମ କରୁଛନ୍ତି । ବିଜୟ ସେଥୁପତି, ଜୁନିୟର ଏନଟିଆର, ରାମଚରଣ, ତାପସୀ ପନ୍ନୁ, ନୟନତାରା, କାଜଲ ଅଗ୍ରଲୱାଲ, ଓ ପ୍ରଭାସଙ୍କ ଭଳି ସୁପରଷ୍ଟାର ଅଭିନେତା, ଅଭିନେତ୍ରୀ ବଲିଉଡ ଜଗତରେ ଡେବ୍ୟୁ କରିସାରିଥିବା ବେଳେ ବର୍ତମାନ ଆଉ ଜଣେ ଲୋକପ୍ରିୟ ଅଭିନେତ୍ରୀ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ସେ ଆଉ କେହିଁ ନୁହଁନ୍ତି ସମସ୍ତଙ୍କ ପ୍ରିୟ ଚୁଲ୍ ବୁଲି ନାୟିକା ସାଇ ପଲ୍ଲବୀ ।

ପୌରାଣିକ ରାମାୟଣକୁ ନେଇ ଆଧାରିତ ଚଳଚ୍ଚିତ୍ରରେ ମା ସୀତାଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ସାଉଥ୍ ଷ୍ଟାର ସାଇ ପଲ୍ଲବୀଙ୍କୁ କାଷ୍ଟ କରାଯାଇଥିବା ଖବର ରହିଛି । ଏହି ଫିଲ୍ମ ପାଇଁ ସେ ନିଜ ପାରିଶ୍ରମିକ ମୂଲ୍ୟକୁ ବଢ଼ାଇଥିବା ଜଣାପଡ଼ିଛି। ଅଭିନେତା ରଣବୀର କପୁରଙ୍କ ସହ ଅଭିନେତ୍ରୀ ସାଇ ନଜର ଆସିବେ । ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ନଜର ଆସିବେ ରଣବୀର ।

ଏକ ଜାତୀୟ ଗଣମାଧ୍ୟମ ଖବର ଅନୁଯାଇ ଏହି ଫିଲ୍ମ ପାଇଁ ସାଇ ପଲ୍ଲବୀ ୧୦କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଉଛନ୍ତି ନିର୍ଦ୍ଦେଶକ ନୀତେଶ ତିୱାରୀ। ଫିଲ୍ମଟି କେବେ ରିଲିଜ୍ ହେବ ତାହା ଘୋଷଣା କରାଯାଇନାହିଁ । ତେବେ ଦର୍ଶକ ସିନେମାଟିକୁ ଦେଖିବା ପାଇଁ  ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

Leave A Reply

Your email address will not be published.