Latest Odisha News

BREAKING NEWS

ସୂର୍ଯ୍ୟକୁମାର, ପନ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଲେଣି ଶିବମ ଦୁବେ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶିବମ ଦୁବେ ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ଟି୨୦ ବିଶ୍ୱକପ ପାଇଁ ସେ ନିଜ ଦାବୀଦାର ଉପସ୍ଥାପିତ କରି ସାରିଛନ୍ତି । ଦୁବେଙ୍କ ପ୍ରଦର୍ଶନ ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ତ, ଶ୍ରେୟାଶ ଆୟାରଙ୍କ ପରି ଖେଳାଳିଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ସାଜିଛି । ଭାରତର ପୂର୍ବତନ କ୍ରିକେଟର ତଥା ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ମଧ୍ୟ ଚେନ୍ନାଇ ସୁପର କିଙ୍ଗସର ଏହି ଯୁବ ଖେଳାଳିଙ୍କ ପ୍ରଦର୍ଶନରେ ପ୍ରଭାବିତ ହୋଇଛନ୍ତି । ସ୍ପିନର୍ସଙ୍କ ବିପକ୍ଷରେ ବଡ ଶଟ ଖେଳିବା ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ଦୁବେଙ୍କୁ ଟି୨୦ ବିଶ୍ୱକପ ଟିମରେ ଚୟନ କଲେ କିଛି ଭୁଲ ହେବନି ବୋଲି ସେହ୍ୱାଗ କହିଛନ୍ତି । ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ମଧ୍ୟ ଦୁବେ ଟି୨୦ ବିଶ୍ୱକପରେ ଭାରତର ଗେମ ଚେଞ୍ଜର୍ସ ସାବ୍ୟସ୍ତ ହେବେ ବୋଲି କହିଛନ୍ତି ।

ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇ ସମସ୍ତ ବ୍ୟାଟ୍ସମ୍ୟାନ ଅସୁବିଧାରେ ପଡିଥିବା ବେଳେ ୨୪ ବଲରେ ୪୫ ରନର ଧୂଆଁଧାର ଇନିଂସ ଖେଳିଥିଲେ । ଅବଶ୍ୟ ସୂର୍ଯ୍ୟକୁମାର ଓ ପନ୍ତ ଟି୨୦ ଫର୍ମାଟରେ ତାଙ୍କ ଶ୍ରେଷ୍ଠତ୍ୱ ଦେଖାଇ ସାରିଛନ୍ତି । ଆଇପିଏଲରେ ଆଗକୁ ଆହୁରି ଅନେକ ମ୍ୟାଚ ଖେଳାଯିବାକୁ ଥିବାରୁ କିଏ ବାଜି ମାରୁଛି ତାହା ଦେଖିବା କଥା ।

Leave A Reply

Your email address will not be published.