କଟକ: କଟକର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ଧଳସାମନ୍ତ ବ୍ରଦର୍ସ ଏବେ ପୁଣି ଚର୍ଚ୍ଚାରେ । ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ୍ ଧଳସାମନ୍ତ ଜେଲ୍ରେ ଥାଇ ଅପରାଧିକ ଗ୍ୟାଙ୍ଗ୍ ପରିଚାଳନା କରୁଥିବା ତଥ୍ୟ ସାମନାକୁ ଆସିଛି । ଖୋଳତାଡ ବେଳେ ଡି’ ବ୍ରଦର୍ସଙ୍କ କଟକ ସିଡିଏ ସ୍ଥିତ ଘରେ ରେଡ୍ ବେଳେ ବାକ୍ସ ଭିତରୁ ପୋଲିସକୁ ୮ଟି ବନ୍ଧୁକ ସହ ପ୍ରାୟ ୫ଶହ ରାଉଣ୍ଡ ଗୁଳି ମିଳିଛି । ଜବତ ହୋଇଛି କିଛି ମୋବାଇଲ୍ ଫୋନ୍ ।

ଘଟଣାସ୍ଥଳରୁ ପୋଲିସ ୩ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା ଓ ତଥ୍ୟ ସଂଗ୍ରହ କରୁଛି । ଗତ ବୁଧବାର ରାତିରେ ଚୌଦ୍ୱାର ଥାନା ପୋଲିସ ଜଣେ ପେସାଦାର ଅପରାଧୀକୁ ଗିରଫ କରିଥିଲା ଯ ତା ନିକଟରୁ ଜବତ ହୋଥିଲା ବନ୍ଧୁକ । ତାକୁ ଜେରା ବେଳେ ସେ ବନ୍ଧୁକ ଡି-ବ୍ରଦର୍ସଙ୍କ ସିଡିଏ ସ୍ଥିତଘରୁ ଆଣିଥିବା ପୋଲିସକୁ କହିଥିଲା । ଏହାପରେ ଆରମ୍ଭ ହୋଇଥିଲା ଚଢ଼ାଉ ।

୨୦୧୬ ଜାନୁଆରୀ ମାସରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଗିରଫ କରିଥିଲା ପୋଲିସ । ଖୋଲିଥିଲା ସେମାନଙ୍କର ଅଫରାଧିକ ସାମ୍ରାଜ୍ୟର ଗୁମର । ବହୁ ବନ୍ଧୁକ, ଗୁଳି, କାର୍ବାଇନ୍ ବନ୍ଧୁକ ଓ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଥିଲା । ସେବେଠାରୁ ଗିରଫ ହୋଇ ଜେଲରେ ଅଛନ୍ତି ଦୁଇ ଭାଇ । କିନ୍ତୁ ସେଠାରୁ ଥାଇ ଗ୍ୟାଙ୍ଗକୁ ଚଳାଉଥିବା ଏବେ ସାମନାକୁ ଆସିଛି ।
BREAKING NEWS
- ଭାରତୀୟ ଜାହାଜ ସହ ଧକ୍କା ହେଲା ପାକିସ୍ତାନୀ ଜାହାଜ, ନିନ୍ଦା କଲା…
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ

Comments are closed.