ମୁମ୍ବାଇ: ଅଭିନୟରୁ ୬ ମାସ ବିରତି ନେବେ ବଲିଉଡ ଅଭିନେତା ରଣବୀର କପୁର । ୬ ମାସ ଧରି ସେ କୌଣସି ଫିଲ୍ମ କି ବିଜ୍ଞାପନ, ଏମିତି କି କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ । କାରଣ ଏବେ ସେ ତାଙ୍କ ପରିବାରକୁ ପୁରା ସମୟ ଦେବେ ବୋଲି ରଣବୀର କହିଛନ୍ତି । ତାଙ୍କର ଏପରି କଥା ଶୁଣିବା ପରେ ତାଙ୍କ ପ୍ରଶସଂକମାନେ ଖୁସିବ୍ୟକ୍ତ କରିଛନ୍ତି ।
ନିକଟରେ ବାପା ହେବାର ସୌଭାଗ୍ୟପ୍ରାପ୍ତ କରିଛନ୍ତି ରଣବୀର । ବାପା ହେବା ଦିନ ଠାରୁ ତାଙ୍କର ଦାୟିତ୍ୱ ଅଧିକ ବଢ଼ି ଯାଇଛି । ନିକଟରେ ଏକ ସାକ୍ଷାତକାରରେ ରଣବୀର ଏହା କହିଥିଲେ । ଆହୁରି ସେ କହିଛନ୍ତି ଯେ, ମୁଁ ସିନେମା ଦୁନିଆରୁ ୬ ମାସ ପାଇଁ ବିରତି ନେବି । ଆଉ ଏହି ସମୟକୁ ମୁଁ ମୋର ଝିଅ ରାହା ଓ ପରିବାର ସହିତ ବିତାଇବି । କାରଣ କାମ ପାଇଁ ମୁଁ ମୋ ପରିବାରକୁ ସମୟ ଦେଇ ପାରୁ ନାହିଁ । ଆଉ ମୋ ପରୀ ରାହା ବି ଦିନକୁ ଦିନ ବଡ଼ ହେଉଛି । ଏହି ସମୟରେ ମୁଁ ତା’ପାଖରେ ରହିବାକୁ ଚାହୁଁଛି । କାରଣ ସେ ପାଠପଢ଼ିଲେ ସ୍କୁଲ ଗଲେ ତା ସହିତ ଏହି ମଜାଳିଆ ମୁହୂର୍ତ୍ତ କାଟିବାକୁ ସମୟ ମିଳିବ ନାହିଁ ବୋଲି କହିଛନ୍ତି ରଣବୀର ।
ଅନ୍ୟପକ୍ଷରେ ଦେଖିବାକୁ ଗଲେ ରଣବୀରଙ୍କ ସ୍ତ୍ରୀ ଆଲିଆ ତାଙ୍କର ଆଗାମୀ ଫିଲ୍ମ ‘ଜିଗ୍ରା’ ପାଇଁ ବ୍ୟସ୍ତ ଅଛନ୍ତି । ଆଗକୁ ବି ସୁଟିଂରେ ବ୍ୟସ୍ତ ହୋଇଯିବେ । ତେଣୁ ଆଲିଆଙ୍କ ଅନୁପସ୍ଥିତିରେ ରଣବୀର ତାଙ୍କ ଝିଅ ପାଖରେ ରହିବାକୁ ଚାହିଁନ୍ତି । ତାର ସମସ୍ତ ଦାୟିତ୍ୱ ସେ ନେବାକୁ ଚାହିଁନ୍ତି । ରଣବୀର ଏବେ ତାଙ୍କର ଆଗାମୀ ଫିଲ୍ମ ‘ଆନିମଲ’ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏଥିରେ ରଣବୀରଙ୍କ ସହ ମୁଖ୍ୟ ଭୂମିକାରେ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କୁ ଦେଖିବାକୁ ମିଳିବ ।
Comments are closed.