Latest Odisha News

ପ୍ରକାଶ ପାଇଲା ଚଳଚ୍ଚିତ୍ର ‘ଶମ୍‌ଶେରା’, ‘ଜାୟେଶଭାଇ ଜୋରଦାର’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ଶମ୍‌ଶେରା, ଜାୟେଶଭାଇ ଜୋରଦାରର ରିଲିଜ ତାରିଖ ପ୍ରକାଶ ପାଇଛି। ରବିବାର ଦିନ, ୟଶ ରାଜ ଫିଲ୍ମସ୍ ଏ ନେଇ ଘୋଷଣା କରିଛି।

ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଜାୟେଶଭାଇ ଜୋରଦାରର ଫେବୃଆରୀ ୨୫, ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସୁପରଷ୍ଟାର ରଣବୀର ସିଂ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଅର୍ଜୁନ ରେଡ୍ଡୀ ଚଳଚ୍ଚିତ୍ରର ଅଭିନେତ୍ରୀ ଶାଲିନୀ ପାଣ୍ଡେ ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି।

ଏହାସହିତ ରଣବୀର କପୁରଙ୍କ ଅଭିନୀତ ଶମ୍‌ଶେରା ମାର୍ଚ୍ଚ ୧୮, ୨୦୨୨ ରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସମେତ ବାନି କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥି‌େରେ ସଞ୍ଜୟ ଦତ୍ତଙ୍କ ଚରିତ୍ର ମଧ୍ୟ ବେଶ୍‌ ଦମ୍‌ଦାର ରହିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି କରଣ ମାଲହୋତ୍ରା।

Leave A Reply

Your email address will not be published.